Home / ମୁଖ୍ୟ ଖବର / ଶ୍ରୀମନ୍ଦିର ରୁ ଉଡନ୍ତା ଡ୍ରୋନ ଜବତ

ଶ୍ରୀମନ୍ଦିର ରୁ ଉଡନ୍ତା ଡ୍ରୋନ ଜବତ

whatsapp image 2025 10 10 at 21.10.10 8e4b5efa

ପୁରୀ: ୧୦/୧୦/୨୦୨୫ -ନି:ପ୍ର – ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏବଂ ଶ୍ରୀମନ୍ଦିର ପରୀକ୍ରମା ପରିସର ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ଏହା ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହଙ୍କ ନଜରକୁ ଆସିବା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ ସିଂହଦ୍ୱାର ଥାନା ଓ ପୁରୀ ପୋଲିସର ଏକ ବିଶେଷ ଟିମ୍‌କୁ ତତ୍କ୍ଷଣାତ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଦ୍ରୁତ ତଦନ୍ତ କାର୍ଯ୍ୟ କରି ସିଂହଦ୍ୱାର ଥାନା ପୋଲିସ ଏବଂ ପୁରୀ ପୋଲିସ ଟିମ୍ ଡ୍ରୋନ‌ଟିକୁ ଗୋଡେଇ ‘ଶନି ମନ୍ଦିର ଗଳି’ ରେ ଜବତ କରିଥିଲେ। ଡ୍ରୋନ ଉଡାଉଥିବା ବ୍ୟକ୍ତି ଦୁର୍ଗା ପ୍ରସାଦ ଯାଦବ, ଛତିଶଗଡ଼ ର ଥିବା ଜଣେ ଯୁବକଙ୍କୁ ସିଂହଦ୍ୱାର ପୋଲିସ ଅଟକ କରିଛି।

ଶ୍ରୀମନ୍ଦିର ଓ ଏହାର ପରିସରରେ ଯେକୌଣସି ପ୍ରକାର ଡ୍ରୋନ ଉଡାଇବା ନିଷେଧ ଥିବା ସତ୍ତ୍ୱେ ଏହି ଅବୈଧ କାର୍ଯ୍ୟ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରେ ଜଣାପଡିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୁରୀ ପୋଲିସ ସମସ୍ତଙ୍କୁ ଆହ୍ୱାନ କରୁଛି ଯେ, ଶ୍ରୀମନ୍ଦିର ଓ ଏହାର ସୁରକ୍ଷା ନିୟମକୁ ସମ୍ମାନ କରନ୍ତୁ ଏବଂ ଏପରି ଅବୈଧ କାର୍ଯ୍ୟ ରୁ ଦୂରେ ରୁହନ୍ତୁ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply