Home / ମୁଖ୍ୟ ଖବର / ଜାତୀୟ ଶିକ୍ଷା ନୀତି ୨୦୨୦ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ପରମ୍ପରା ଶର୍ଷକ ତ୍ରୀ-ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ

ଜାତୀୟ ଶିକ୍ଷା ନୀତି ୨୦୨୦ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ପରମ୍ପରା ଶର୍ଷକ ତ୍ରୀ-ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ

whatsapp image 2025 10 13 at 19.09.04 69bfa323

ପୁରୀ:୧୩/୧୦/୨୦୨୫ – ଶିକ୍ଷାର ଲକ୍ଷ୍ୟ ଚରିତ୍ର ଗଠନ ଓ ପବିତ୍ରତା । ଆଧ୍ୟାତ୍ମିକାରର ପୃଷ୍ଠଭୂମିରେ ଶିକ୍ଷା ପର୍ଯ୍ୟବସିତ ହେବା ଉଚିତ । ସଂଯମତା, ଚରିତ୍ରବତ୍ତା, ଲକ୍ଷ୍ୟପୂର୍ଣ୍ଣ ଆଚରଣ ଛାତ୍ରଟି ପାଖରୁ ଆଶା କରାଯାଏ । ଶିକ୍ଷାର୍ଥୀ ଜୀବନରେ ଭଗବତ୍ ଗୀତାଠାରୁ ଆରମ୍ଭ କରି ସମସ୍ତ ଧର୍ମଗ୍ରନ୍ଥକୁ ପାଠକରିବା ଉଚିତ । ତାହା ପୁଣି ଚିତ୍ତ ଶୁଦ୍ଧି ବିନା ନିରର୍ଥକ ଶିକ୍ଷାର୍ଥୀ ମାନେ ଗୀତା, ଉପନିଷଦର ମହବାଣୀଗୁଡ଼ିକୁ ଆଚାରବିଚାରରେ ବିନିଯୋଗ କରିବା ଉଚିତ୍ । ଈଶ୍ୱର ବିଶ୍ୱାସୀ ହେବା ଦ୍ୱାର ମଣିଷ ନିରହଙ୍କାରୀ ହେବା ସହ ଫଳ ଆଶାବିନା ନିରନ୍ତର କାର୍ଯ୍ୟ କରିଚାଲେ ବୋଲି ଆଜି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ପୁରୀ ଏବଂ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ ପୁରୀସ୍ଥ ଶ୍ରୀ ସଦାଶିବ ପରିସରରେ ଅନୁଷ୍ଠିତ ହେଉଥିବା “ଜାତୀୟ ଶିକ୍ଷା ନୀତି ୨୦୨୦ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ପରମ୍ପରା ଶୀର୍ଷକ ତ୍ରୀ-ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥୀ ରୂପେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦାନ କରି ନିଜର ମତ ପୋଷଣ କରିଛନ୍ତି ।

whatsapp image 2025 10 13 at 19.09.26 6d694bd5
whatsapp image 2025 10 13 at 19.09.26 6d694bd5

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଶିକ୍ଷା ସଂସ୍କୃତି ଉତ୍ଥାନ ଟ୍ରଷ୍ଟର ଜାତୀୟ ସଚିବ ଡକ୍ଟର ଅତୁଲ କୋଠାରୀ ଜାତୀୟ ଶିକ୍ଷା ନୀତି ୨୦୨୦ ର ଗୁରୁତ୍ୱ ଉପରେ ଆଲୋକପାତ କରି ଭାରତୀୟ ଜ୍ଞାନ ପରମ୍ପରାର ଆବଶ୍ୟକତା ଉପରେ ମଧ୍ୟ ମତ ଉପସ୍ଥାପନା କରିଥିଲେ ଏବଂ ଦୃଢ଼ ଭାବରେ କହିଥିଲେ ଯେ ଏହି ଐତିହାସିକ ଶିକ୍ଷା ନୀତି, ଯଦି ସଠିକ୍ ଭାବରେ କାର୍ଯ୍ୟକାରୀ ହୁଏ, ତେବେ ନିଃସନ୍ଦେହରେ ଏକ ବିକଶିତ ଭାରତର ମୂଳଦୁଆ ସ୍ଥାପନ କରିବାରେ ଆମେ ସକ୍ଷମ ହେବା ସେ ସମସ୍ତ ଶିକ୍ଷକ ବର୍ଗଙ୍କୁ ଏ ଦିଗରେ ସହଯୋଗ କରିବାକୁ ଆହ୍ୱାନ ମଧ୍ୟ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, ନୂଆ ଦିଲ୍ଲୀର ମହା ସଚିବ ତଥା ରାଷ୍ଟ୍ରୀୟ ସଦସ୍ୟ ଡକ୍ଟର ପଙ୍କଚ ମିତ୍ତଲ ନ୍ୟାସର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ମତ ଉପସ୍ଥାପନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ପ୍ରଦାନ କରିଥିବା ବେଳେ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ପ୍ରାନ୍ତୀୟ ସଂଯୋଜକ ବିଶ୍ୱରଂଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଇଂ ହେମନ୍ତ ଜେନା ଓ ପରିଶେଷପରିଶେଷ ପରିସରର ସହଯୋଗୀ ନିର୍ଦ୍ଦେଶକ ପ୍ରଫେସର ବିଜୟପାଲ୍ କଚ୍ଛୱା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିସରର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶିକ୍ଷାବିତ୍‌ ଏବଂ ଗବେଷକ, ଗବେଷିକାମାନେ ଅଂଶଗ୍ରହଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply