Home / ମୁଖ୍ୟ ଖବର / ପୁରୀ ସହରରେ ପର୍ଯ୍ୟଟକଙ୍କ ଯାତାୟାତ ଓ ପାର୍କିଂ ବ୍ୟବସ୍ଥା ପାଇଁ ସମନ୍ୱୟ ସଭା,

ପୁରୀ ସହରରେ ପର୍ଯ୍ୟଟକଙ୍କ ଯାତାୟାତ ଓ ପାର୍କିଂ ବ୍ୟବସ୍ଥା ପାଇଁ ସମନ୍ୱୟ ସଭା,

whatsapp image 2025 10 15 at 20.47.56 482fb2b9

ପୁରୀ,: ୧୫/୧୦/୨୦୨୫ – ଆସନ୍ତା ଦିନରେ ପୁରୀ ସହରକୁ ଅଧିକ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକ ଆଗମନ ହେବାକୁ ଦୃଷ୍ଟିରେ ରଖି, ଭକ୍ତ ଓ ପର୍ଯ୍ୟଟକଙ୍କ ସୁଗମ ଯାତାୟାତ ବ୍ୟବସ୍ଥା ନିମନ୍ତେ ଏକ ସମନ୍ୱୟ ସଭା ଏସ୍ପି ଅଫିସ ରେ ଆୟୋଜିତ ହୋଇଥିଲା । ଏହି ସଭାକୁ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ସଭାରେ ପୁରୀ ସହରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପାର୍କିଂ ସ୍ଥଳ, ବସ୍ ସ୍ଟାଣ୍ଡ ଓ ଅନ୍ୟାନ୍ୟ ପ୍ରବେଶ ସ୍ଥଳରୁ ସହଜ ଯାତାୟାତ ବ୍ୟବସ୍ଥା କେମିତି କରାଯାଇପାରିବ, ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।

whatsapp image 2025 10 15 at 20.47.56 6917fae4

ଏହି ବୈଠକରେ ପ୍ରମୁଖ ଆଲୋଚନା ଗୁଡ଼ିକ ହେଲା ଅଟୋ ଓ ବସ୍ ସେବା ପାଇଁ ନିର୍ଦ୍ଧାରିତ ଭାଡ଼ ତାଲିକା ପ୍ରସ୍ତୁତ କରି ଅଧିକ ଦର ନେବାକୁ ନିଷେଧ । ପର୍ଯ୍ୟଟକ ଯାତାୟାତ ଯାନବାହନଙ୍କ ସଠିକ କାଗଜପତ୍ର ଓ ପରିଚୟ ସୁନିଶ୍ଚିତ କରାଯିବ ।ବିଭିନ୍ନ ପ୍ରକାର ଯାନବାହନ ପାଇଁ ନିର୍ଦ୍ଧାରିତ ପାର୍କିଂ ସ୍ଥଳ ନିର୍ଦ୍ଧାରଣ ।ପର୍ଯ୍ୟଟକ ଓ ଭକ୍ତଙ୍କ ସୁବିଧା ପାଇଁ ପ୍ରମୁଖ ଯାତାୟାତ କେନ୍ଦ୍ରରେ ଲୋଗୋ ଓ ସୂଚନା ଫଳକ ସ୍ଥାପନ କରାଯିବ ।
ଉକ୍ତ ସଭାରେ ଇ.ଓ. ପୁରୀ ମ୍ୟୁନିସିପାଲିଟି, ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ରୀ ସଚିନ ପାଟେଲ, ଆର.ଟି.ଓ., ପୁରୀ, ଡି.ଏସ୍‌.ପି. (ଟ୍ରାଫିକ) ଶ୍ରୀ ସଚିନ ପାଟେଲ, ଟ୍ରାଫିକ ଆଇ.ଆଇ.ସି. ଶ୍ରୀ ଜୟଦୀପ ମହାନ୍ତି, ଟାଉନ ଆଇ.ଆଇ.ସି. ଶ୍ରୀ ଗୋକୁଳ ରଞ୍ଜନ ଦାସ, ଆର୍.ଆଇ. ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅଧିକାରୀମାନେ ନିୟମିତ ଯାନଚାଳନ, ସୁଚିନ୍ତିତ ଯାତାୟାତ ଓ ଲୋକସେବା ମୁଖ୍ୟ ଧ୍ୟେୟ ରହିବା ଉପରେ ଜୋର ଦେଇଛନ୍ତି | ଯାହାର ଫଳରେ ଆସନ୍ତା ପର୍ବ ଦିନଗୁଡ଼ିକରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁଗମ ଓ ସୁଖଦ ଅନୁଭବ ହେବ ବୋଲି ପୁରୀ ପୁଲିସ ଆଶା ରଖିଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply