କାକଟପୁର ତା ୧୯/୧୦/୨୦୨୫ , ( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଦୀର୍ଘ ଦଶନ୍ଧି ଧରି ବିଜେଡି ଅକ୍ତିଆରରେ ଥିବାବେଳେ ବର୍ତମାନ କାକଟପୁର ବିଜେଡିରେ ମହିଳାଙ୍କୁ ବେଶ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳିଛି l ନିକଟରେ ଶେଷ ହୋଇଥିବା କାକଟପୁର ବିଜେଡିର ସଦଭାବନା ଯାତ୍ରାରେ ଶତାଧିକ ମହିଳା କାକଟପୁର ପଞ୍ଚାୟତର ବିଭିନ୍ନ ୱାର୍ଡ ବୁଲିବା ସହିତ ନବୀନ ପଟ୍ଟନାୟକ ନାରାଦେଇ ବଜାର ପରିକ୍ରମା କରି ନବୀନ ସରକାରଙ୍କ ସମୟରେ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲେ l ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ରାଜ୍ୟର ମହିଳାଙ୍କୁ ସଶକ୍ତ କରାଯାଇଥିଲା ।

ସାମାଜିକ, ରାଜନୈତିକ ଓ ଆର୍ଥକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇ ରାଜ୍ୟର ବିକାଶକୁ ଆଗେଇ ନେଇଥିଲେ ମହିଳା । ନବୀନଙ୍କ ଦୃରଦୃଷ୍ଟି ଯୋଗୁଁ ସ୍ଲୋଗାନ ନୁହେଁ, ମହିଳା ସଶକ୍ତିକରଣ ଏକ ବିପ୍ଳବରେ ପରିଣତ ହୋଇଛି । ସଶକ୍ତ ହେବେ ମା’, ସଶକ୍ତ ହେବ ଓଡ଼ିଶା । ମା’ମାନେ କିଭଳି ସଶକ୍ତ ହେବେ, ସେନେଇ ସବୁବେଳେ ପ୍ରାଥମିକତା ଦେଇ ଆସୁଛି ବିଜୁ ଜନତା ଦଳ । ମହିଳା ସଶକ୍ତିକରଣ ବିଜେଡି ପାଇଁ କେବଳ ସ୍ଲୋଗାନ ନଥିଲା, ଏହାକୁ ବାସ୍ତବ ରୂପ ମଧ୍ୟ ଦେଇଥିଲା ଦଳ । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରି ସାରା ଦେଶ ପାଇଁ ରୋଲ ମଡେଲ ସାଜିଥିଲା ଓଡ଼ିଶା । ମମତା ହେଉ କି ମିଶନ ଶକ୍ତି, ପୋଷଣ ବଜେଟଠୁ ଆରମ୍ଭ କରି ପଞ୍ଚାୟତ ସ୍ତରରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ । ସବୁଠି ମା’ଙ୍କୁ ମିଳିଛି ହକ ଓ ସମ୍ମାନ । ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାରେ ପ୍ରମୁଖ ଭୂମିକା ନେଇଥିଲା ବିଜେଡି । ଏପରି ଏକ ସମାଜ ଗଢ଼ିବା ପାଇଁ ସଂକଳ୍ପକୁ ଦୃଢ଼ କରିଛି ବିଜେଡି । ଯେଉଁଠି ମହିଳାଙ୍କୁ ବିନା କୌଣସି ବାଧାରେ ଆଗକୁ ବଢ଼ିବାକୁ ଓ ସ୍ୱପ୍ନ ଦେଖିବାକୁ ସମାନ ସୁଯୋଗ ମିଳୁଥିବା ନେଇ ଆହ୍ବାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା








