ପୁରୀ- ୨୫/୧୦/୨୦୨୫/- ୬୯ ତମ ଜାତୀୟ ବିଦ୍ୟାଳୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅରୁଣାଚଳ ପ୍ରଦେଶ ସ୍ଥିତ ଖେଲୋ ଇଣ୍ଡିଆ ଇନଡୋର ଷ୍ଟାଡିୟମ୍, ଇଟାନଗର ଠାରେ ଆସନ୍ତା ୨୮ ରୁ ୩ ନଭେମ୍ବର ୨୦୨୫ ରିଖ ପ୍ରଯନ୍ତ ଅନୁଷ୍ଠିତ ହେବ।

ଏଥିରେ ପୁରୀ ବକ୍ସିଂ ଏକାଡେମୀର ୧୦ ଜଣ ଛାତ୍ରଛାତ୍ରୀ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ୧୭ ବର୍ଷ ରୁ କମ୍ ବାଳକ ବର୍ଗରେ ନରେନ୍ଦ୍ର ସାହୁ (-୪୬ କେଜି) , ଲୋକନାଥ ବେହେରା(୫୨-୫୪ କେଜି) , ବି ପ୍ରବୀଣ ରାଓ(୫୪-୫୭ କେଜି) , ଅଂଶୁ ନାୟକ (୫୭-୬୦ କେଜି) , ବସନ୍ତ କୁମାର ବେଜ (୬୩-୬୬ କେଜି) , ଜଗନ୍ନାଥ ଗଡନାୟକ (୬୬-୭୦ କେଜି) ବିଶ୍ୱଜିତ ରାଏ (୭୫-୮୦) , ଲିକୁ ଖାଁ (+୮୦)।
୧୭ ବର୍ଷ ରୁ କମ୍ ବାଳିକା ବର୍ଗରେ ଦିବ୍ୟା ସାହୁ (୪୨-୪୪ କେଜି) ଓ ଡି କନ୍ୟା କୁମାରୀ ରେଡ଼ି (୪୮-୫୦ କେଜି) ମନୋନୀତ ହୋଇଛନ୍ତି।
ଜାତୀୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଖେଳାଳିମାନଙ୍କ ସଫଳତା କାମନା କରି ପୁରୀ ବକ୍ସିଂ ଏକାଡେମୀ ର ପ୍ରତିଷ୍ଠାତା ସୁଦର୍ଶନ ସାହୁ,ସୂର୍ଯ୍ୟ ପ୍ରସାଦ ଦାସ, କ୍ରୀଡା ଶିକ୍ଷକ ଅମ୍ବିକା ରଥ, ନିରଞ୍ଜନ ମିଶ୍ର, ରଞ୍ଜନ ରେଡ଼ି, ପ୍ରଫୁଲ ମିଶ୍ର , ଅନୁପମା ରାଉତ, ରମେଶ ଚନ୍ଦ୍ର ସ୍ୱାଇଁ, ରଘୁନାଥ ଦଳେଇ, ମାନଶ କୁମାର ସାହୁ ,ବିଶ୍ୱ ଭୂଷଣ ପଣ୍ଡା, ପ୍ରଦୀପ ଦାସ, ସଞ୍ଜୟ କୁମାର ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।











