Home / ମୁଖ୍ୟ ଖବର / ଗାୟତ୍ରୀ ପରିବାର ତରଫରୁ ନୟାଗଡ଼ ଜିଲ୍ଲା ପରିକ୍ରମା କରୁଥିବା ଜ୍ଯୋତି କଳସ ରଥଯାତ୍ରାର ସମାପନ ଉତ୍ସବ ।

ଗାୟତ୍ରୀ ପରିବାର ତରଫରୁ ନୟାଗଡ଼ ଜିଲ୍ଲା ପରିକ୍ରମା କରୁଥିବା ଜ୍ଯୋତି କଳସ ରଥଯାତ୍ରାର ସମାପନ ଉତ୍ସବ ।

whatsapp image 2025 10 26 at 11.35.14 939cbce6

ନୟାଗଡ଼,ତା-୨୫.୧୦.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼-: ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ନୟାଗଡ଼ ଜିଲ୍ଲାକୁ ଆସିଥିବା ଜ୍ଯୋତି କଳସ ରଥଯାତ୍ରାର ସମାପନ ଉତ୍ସବ ଓଡଗାଁ ରଙ୍ଗଣିପାଟଣା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଗତ ଅକ୍ଟୋବର ୧୬ ତାରିଖରେ ଏହି ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବା ପରେ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ସହିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।

whatsapp image 2025 10 26 at 11.35.14 8d2a3f3b

୧୭ ତାରିଖରେ ନୟାଗଡ଼ ବ୍ଳକ୍ ର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ୧୮ ତାରିଖରେ ନୂଆଗାଁ ଓ ଦଶପଲ୍ଲା ବ୍ଳକ୍,୧୯ ତାରିଖରେ ଗଣିଆ ଓ ଖଣ୍ଡପଡ଼ା ବ୍ଳକ୍, ୨୦ ତାରିଖରେ ଭାପୁର ବ୍ଳକ୍,୨୧ ଓ ୨୨ ତାରିଖରେ ରଣପୁର ବ୍ଳକ୍ ପରିକ୍ରମା କରିଥିଲା ବେଳେ ୨୩,୨୪ ଓ ୨୫ ତାରିଖ ତିନି ଦିନ ଧରି ଓଡଗାଁ ବ୍ଳକ୍ ପରିକ୍ରମା କରିଥିଲା ଏହି ଜ୍ଯୋତି କଳସ ରଥ। ମାନବ ମଧ୍ଯରେ ଦେବତ୍ୱର ଜାଗରଣ ଓ ଧରା ରେ ସ୍ବର୍ଗର ଅବତରଣ ସନ୍ଦେଶ ସହିତ ନିଶା ମୁକ୍ତ ଭାରତ ଗଠନର ଲକ୍ଷ୍ଯ ଓ ଆଭିମୁଖ୍ୟକୁ ନେଇ ସମଗ୍ର ଭାରତ ବର୍ଷ ପରିକ୍ରମା କରୁଥିବା ଏହି ଜ୍ଯୋତି କଳସ ରଥ ନୟାଗଡ଼ ଜିଲ୍ଲାରେ ଅତି ସୁନ୍ଦର ଭାବେ ପରିକ୍ରମା କରିଥିଲା। ଗ୍ରାମ ମାନଙ୍କରେ ଦିନରେ ନିଶା ନିବାରଣ ଶୋଭାଯାତ୍ରା ଓ ସନ୍ଧ୍ଯାରେ ଗାୟତ୍ରୀ ଦୀପ ମହାଯଜ୍ଞ ସହିତ ନିଶାମୁକ୍ତ ପରିବାର ଗଠନ ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଥିଲା। ଆଜି ଓଡଗାଁ ବ୍ଳକ୍ ଅନ୍ତର୍ଗତ ରଙ୍ଗଣି ପାଟଣା,ମଶାବାରୀ ,କୋରପିଠା ଓ ଗୋଡିପାଟଣାରେ ନାରୀ ସଶକ୍ତୀକରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ଗୋଡିପାଟଣା ଲିମ୍ବେଶ୍ବରୀ ମହାଦେବ ମନ୍ଦିର ପ୍ରାଙ୍ଗଣରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ଯାରେ ରଙ୍ଗଣି ପାଟଣା ବଡ ସାହିରେ ଗାୟତ୍ରୀ ଦୀପ ମହାଯଜ୍ଞ ସହିତ ଏହି ଜ୍ଯୋତି କଳସ ରଥଯାତ୍ରାର ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଜ୍ଯୋତି କଳସ ରଥରେ ପରିବ୍ରାଜକ ଭାବେ ସମଗ୍ର ଓଡିଶା ରାଜ୍ଯ ପରିକ୍ରମା କରୁଥିବା ପ୍ରତାପ କୁମାର ସ୍ବାଇଁ, ହ୍ରୁଷିକେଶ ଭାଇ, ଅନନ୍ତ ବଳିୟାର ସିଂହ,ବିଜୟ କୁମାର ସାହୁ ଓ ତାରିଣୀ ଚରଣ ମହାରଣା ଏହି ଜ୍ଯୋତି କଳସ ରଥଯାତ୍ରା କୁ ପରିଚାଳନା କରୁଥିଲା ବେଳେ ଗାୟତ୍ରୀ ପରିବାର ନୟାଗଡ଼ ଜିଲ୍ଲାର ସମସ୍ତ ପରିଜନ ମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସଂପାଦନ କରୁଥିଲେ। ଗାୟତ୍ରୀ ପରିବାର ନୟାଗଡ଼ ଜିଲ୍ଲା ସଂଯୋଜକ ଭାସ୍କର ଚନ୍ଦ୍ର ସାହୁ, ସହ ସଂଯୋଜକ ଶ୍ରୀଧର ସାହୁ,ବରିଷ୍ଠ ସଦସ୍ଯ ହଜାରୀ ମହାରଣା,ରାମଚନ୍ଦ୍ର ଦାସ, ପ୍ରାଣକୃଷ୍ଣ ସାହୁ, ଅଜୟ ସାହୁ, ପ୍ରଭାତ କୁମାର ବେହେରା,ଙ୍କୁଙ୍କୁମ ବେହେରା,ଗାୟତ୍ରୀ ମହାପାତ୍ର ସମେତ ଓଡଗାଁ ବ୍ଳକ୍ ଗାୟତ୍ରୀ ପରିବାର ସମସ୍ତ ସଦସ୍ଯ ସଦସ୍ଯା ମାନେ ସମାପନ ଉତ୍ସବରେ ଉପସ୍ଥିତ ଥିଲେ।।

SPREAD YOUR LOVE WITH YOUR FRIENDS AND FAMILY

Leave a Reply