କାକଟପୁର ୨୭/୧୦/୨୦୨୫ -(ତୁଷାର ଦୀକ୍ଷିତ) – ଗତ କିଛି ଦିନ ହେବ ହଟାତ ଗୋଡ଼ ହାତ ନ ଚଳିବାରୁ ପରିବାର ଲୋକେ ନେଇ ଯାଇଥିଲେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ କୁ, ଭାବିଥିଲେ ପଇସା ଯାହା ଖର୍ଚ୍ଚ ହେଉ ପରିବାରର ଏକ ମାତ୍ର ସାହାରା ଓ ରୋଜଗାରିଆ ପୁଅକୁ ବଞ୍ଚାଇ ଆଣିବେ ବୋଲି, ହେଲେ ଦଇବ ସାଜିଲା କାଳ, ଦୀର୍ଘ ଦିନ ଧରି ଆଇସିଉ ରହିଲା ପରେ ଆଖି ମୁଜିଲେ ରଞ୍ଜନ ଦୁଇ କୁନି କୁନି ପୁଅ ହେଲେ ବାପ ଛେଉଣ୍ଡ, ଏମିତି ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି କାକଟପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମ ପୁର ଗାଁ ରେ ପରିବା ର ରୋଜଗାର କ୍ଷମ ଏକ ମାତ୍ରା ସାହାରା ରଞ୍ଜନ କୁମାର ଖଟୋଇ ୪୨ବର୍ଷ ରେ ଦୀର୍ଘ ଦୁଇ ମାସ ହେବ ମୃତ୍ୟୁ ସହିତ ସଂଗ୍ରାମ କରି କରି ଶେଷରେ ମୃତ୍ୟୁ ନିକଟରେ ହାର ମାନିଛନ୍ତି ରଞ୍ଜନ, ଗତ ଦୁଇ ଦିନ ତଳେ କଟକ ସ୍ଥିତ ସରକାରୀ ମେଡିକାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି, ମୃତ୍ୟୁ ବେଳକୁ ତାଙ୍କ ସ୍ତ୍ରୀ ଓ ଭଉଣୀ ଉପସ୍ଥିତ ଥିଲେ, ରଞ୍ଜନ ଙ୍କ ବାପା ଆଗରୁ ମରି ଯାଇଥିବା ବେଳେ ତାଙ୍କର ବିଧବା ମା ଓ ବିଧବା ସ୍ତ୍ରୀ ଙ୍କ ସମେତ ଦୁଇ ଅଜ୍ଞାନ ବାଳକ ଙ୍କୁ କିଏ ସାହା ହେବ ଏ କଥା ଶ୍ରୀରାମ ପୁର ସମେତ ସାରା କାକଟପୁର ରେ ଆଲୋଚନା ହେଉ ଥିବା ବେଳେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ସାହି, ପଡୋଶୀ ଏମିତି କି ସବ ସତ୍କାର ସହିତ ଶୁଦ୍ଧି କ୍ରିୟା କରିବାକୁ ପାରିବାର ଅସମର୍ଥ, ଯାହା କିଛି ପଇସା ଥିଲା ସମସ୍ତ ପଇସା ସରିଗଲା, ଏବେ ଦୁଇ ବାଳକ ଙ୍କ ସମେତ ବିଧବା ପତ୍ନୀ, ବିଧବା ମା କେମିତି ଚଳିବେ ତାହା ଚିନ୍ତା ର ବିଷୟ ବୋଲି କହିଛନ୍ତି ବାନାମ୍ବର ଖଟୋଇ, ଜିତୁ ଖଟୋଇ, ଚୈତନ୍ୟ ଖଟୋଇ ସରକାର ଙ୍କ ସାହାର୍ଯ୍ୟ କୁ ଅପେକ୍ଷା କରିଛନ୍ତି, ଦେଖିବାକୁ ବାକି ରହିଲା ସରକାରୀ ସାହାର୍ଯ୍ୟ ମିଳୁଛି ନା ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ରଞ୍ଜନ ଙ୍କ ପାରିବାର










