Home / ମୁଖ୍ୟ ଖବର / ସ୍ବଳ୍ପ ସଞ୍ଚୟ ର ବଡ ଅବଦାନ ରହିଥାଏ

ସ୍ବଳ୍ପ ସଞ୍ଚୟ ର ବଡ ଅବଦାନ ରହିଥାଏ

whatsapp image 2025 10 30 at 20.27.45 1bcef22b

ପୁରୀ ୩୦/୧୦ ସ୍ବଳ୍ପ ସଞ୍ଚୟ ବଡ ବଡ ଅବଦାନ ରଖିଥାଏ।ପୂର୍ବ କାଳର ମୁଠି ଚାଉଳ ବା ସରାଘଡିର ସଞ୍ଚୟ ଏହାର ବଡ ଉଦାହରଣ ବୋଲି କହିଛନ୍ତି ବକ୍ତା ମାନେ।ଆଜି ଅପରାହ୍ନ ରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟୀତା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଛୋଟ ଛୋଟ ସଞ୍ଚୟ ଜୀବନ ରେ ଅନେକ ମହତ୍ତ୍ଵ ରଖିଥାଏ ବୋଲି କହିଥିଲେ।ବର୍ତ୍ତମାନ ସୁକନ୍ୟା ଯୋଜନା ହେଉ ବା ଅନ୍ୟାନ୍ୟ ଯୋଜନା ରେ ସ୍ବଳ୍ପ ସଞ୍ଚୟ ମାଧ୍ୟମରେ ସଞ୍ଚୟ ହେଉ ଏହା ଜୀବନ ରେ ବହୁତ ସାହାଯ୍ୟ କରେ ବୋଲି ସେ କହିବା ସହ ପ୍ରତ୍ୟେକ ସ୍ବଳ୍ପ ସଞ୍ଚୟ ପ୍ରତି ଆକୃଷ୍ଟ ହେବାକୁ ଆହ୍ବାନ ଦେଇଥିଲେ।

whatsapp image 2025 10 30 at 20.27.47 b493be34

ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ,ପୋଲିସ ଡିଏସପି ସଂଘମିତ୍ରା ନାୟକ ପ୍ରମୁଖ ଯୋଗ ଦେଇ ସଞ୍ଚୟ ରେ ମିତବ୍ୟୟୀତା ଅବଲମ୍ବନ ସହ ସାଇବର ଠକ ମାନଙ୍କ ଠାରୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିବା ସହ ସଞ୍ଚୟ ପ୍ରତି ପ୍ରତ୍ୟେକ ମନୋନିବେଶ କରିବା, ସରଳ ଜୀବନ ଯାପନ ସହ ସଞ୍ଚୟ ରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ।ପ୍ରାରମ୍ଭ ରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ବିଭୂତି ଭୂଷଣ ନାୟକ ସମସ୍ତଙ୍କୁ ସ୍ବାଗତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତାର ପ୍ରଥମ ସ୍ଥାନ ହାସଲ କରିଥିବା ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ସାହୁ ଙ୍କୁ, ଦ୍ୱିତୀୟ ପୋଲିସ ନୋଡାଲ ହାଇସ୍କୁଲର ଛାତ୍ରୀ ସୁଶ୍ରୀ ଲକ୍ଷ୍ମୀ ପ୍ରିୟା ପୃଷ୍ଟି ଓ ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଜ୍ୟୋତି ରଞ୍ଜନ ରାଉତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply