Home / ମୁଖ୍ୟ ଖବର / ଆଚାର୍ଯ୍ୟ ହରିହର ଶିଶୁ ଭବନରେରାଷ୍ଟ୍ରୀୟ ଏକତା ଶପଥ ପାଠ

ଆଚାର୍ଯ୍ୟ ହରିହର ଶିଶୁ ଭବନରେରାଷ୍ଟ୍ରୀୟ ଏକତା ଶପଥ ପାଠ

img 20251031 wa0005

ପୁରୀ ୩୧/୧୦ ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସାକ୍ଷୀ ଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଲୌହ ମାନବ ସର୍ଦ୍ଦାର ପଟେଲ ଙ୍କ ଜନ୍ମ ଦିବସ ବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ କରାଇଥିଲେ।ଦେଶର ସ୍ବାଧୀନତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲ ଅନେକ କାର୍ଯ୍ୟ କରିଥିଲେ।ତାଙ୍କ ଜୀବନୀ ଓ ଆଦର୍ଶ ଚିରକାଳ ଆମକୁ ଅନୁପ୍ରାଣିତ କରି ଚାଲି ଥିବ ବୋଲି ଶ୍ରୀ ବେହେରା କହିଥିଲେ।ଏହି ଶପଥ ପାଠରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ,ଶିଶୁ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, କିଶୋର ନ୍ୟାୟ ବୋର୍ଡ ସଦସ୍ୟ ମହାବୀର ରୁଦ୍ର ନାରାୟଣ ସାହୁ,ଆଇନ ପରିବୀକ୍ଷ ସନ୍ତୋଷ କୁମାର ସାହୁ, ଶିଶୁ ଭବନର ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ ,ଅନ୍ୟାନ୍ୟ କର୍ମଚାରୀ ଥିଲେ ପ୍ରମୁଖ ଯୋଗ ଦେଇ ଥିଲେ।ପରେ ସମସ୍ତ ଅନ୍ତେବାସୀ ସାକ୍ଷୀ ଗୋପାଳ ମନ୍ଦିର ପରିଦର୍ଶନ କରିବା ସହ ପ୍ରଭୁ ଗୋପୀନାଥ ଓ ରାଧାରାଣୀ ଙ୍କ ପାଦ ଦର୍ଶନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply