ପୁରୀ : ୦୧/୧୧/୨୦୨୫ – ଗତ ତା୨୭/୧୦/୨୦୨୫ରିଖ ରେ ମାନ୍ୟବର ମାନବାଧିକାର କମିଶନ, ଓଡ଼ିଶା ଏକ ମାମଲା ର ବିଚାର କରି ଗତ ୨୧/୦୯/୨୦୨୪ ରେ କୁମ୍ଭାରପଡ଼ା, ବାଡାସାହି ର ଜଣେ ଯୁବକ ସନ୍ତୋଷ ଦାଶ ଯାହାଙ୍କୁ ଏକ ଚେକ୍ ବାଉନ୍ସ କେସରେ ଡିଷ୍ଟ୍ରେସ ଓ୍ବାରେଣ୍ଟ ହୋଇଥିଲା ମାତ୍ର ଏଥିରେ ଗିରଫ ବ୍ୟାବସ୍ଥା ନଥାଏ କିନ୍ତୁ କୁମ୍ଭାରପଡ଼ା ଥାନା ରେ କାର୍ଯ୍ୟରତ ଏ ଏସ ଆଇ ଅଜିତ ବିଶ୍ବାଳ ବେଆଇନ ଭାବେ ଗିରଫ କରି ରାତି ୨ଘ ଠାରୁ ପରଦିନ ଅପରାହ୍ନ ୪ଟାରେ କୋର୍ଟ ଚାଲାଣ କରିଥିଲେ ଯେଉଁଥିରେ ସନ୍ତୋଷ ଦାଶ ଙ୍କ ମାନବାଧିକାର କ୍ଷୁର୍ଣ୍ଣ ହେବା ସହ ଅତ୍ୟନ୍ତ ଅପମାନଜନକ ସ୍ଥିତି ସୃଷ୍ଟି ହୋଇଥିଲା ଏଣୁ ସନ୍ତୋଷ ଦାଶ ଙ୍କ ପକ୍ଷରୁ ଆଇନଜୀବୀ ବିଶ୍ଵନାଥ ଦାଶ ରାଜ୍ୟ ମାନବାଧିକାର କମିଶନ ନିକଟରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ବିଚାରକରି ରାଜ୍ୟ ମାନବାଧିକାର କମିଶନ ଚେୟାରମ୍ୟାନ ଜଷ୍ଟିସ ଶତୃଘ୍ନ ପୂଜାରୀ ୧୦,୦୦୦ ଦଶ ହଜାର ଟଙ୍କା କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ କରିବା ପାଇଁ ସଚିବ ଗୃହ ବିଭାଗ , ଓଡ଼ିଶା ସରକାର ଏବଂ ଆରକ୍ଷୀ ଅଧିକ୍ଷକ,ପୁରୀଙ୍କୁ ୨ମାସ ମଧ୍ୟରେ କାର୍ଯ୍ୟକାରୀ କରି ସନ୍ତୋଷ ଦାଶ ଙ୍କୁ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଚେକ୍ ବାଉନ୍ସ କେସରେ ଡିଷ୍ଟ୍ରେସ ଓ୍ବାରେଣ୍ଟ











