ପୁରୀ: ୦୨/୧୧/୨୦୨୫ – ତାରିଖରେ ସ୍ୱସ୍ତି ପ୍ରିମିୟମ ବୀଚ ରେସର୍ଟସ ତରଫରୁ ଏକ କ୍ରିସ୍ରମସ କେକ ମିଶ୍ରଣ ପ୍ରସ୍ତୁତି ପର୍ବ ଅନୁଷ୍ଠିତ ହୋଇଛି l ପ୍ରତେକ ବର୍ଷ ଏହି କେକ ପ୍ରସ୍ତୁତି 25 ଡ଼ିସେମ୍ବର ପୂର୍ବରୁ ହୋଇଥାଏ l ଏହି କେକ ପ୍ରସ୍ତୁତି କ୍ରିସ ମାସର ଏକ ମାସ ପୂର୍ବରୁ ହୁଏ l ଏହି କେକ ପ୍ରସ୍ତୁତରେ କାଜୁ, କିସମିସ ଠାରୁ ଆରମ୍ଭ କରି ବହୁତ ପ୍ରକାର ଡ୍ରାୟ ଫୂଡ଼ସ ଓ ୱାଇନ ମିଶ୍ରିତ କରି ଏକ ମାସ ପର୍ଯ୍ୟନ୍ତ ରଖା ଯାଇଥାଏ l

କ୍ରିସମାସ ଦିନ ଏହାକୁ କେକ କରି ଅତିଥି ମାନଙ୍କୁ ପରସା ଯାଇଥାଏ l ଆଜିର ଏହି କେକ ପୂର୍ଵ ପ୍ରସ୍ତୁତି ପର୍ବରେ ହୋଟେଲ ସମସ୍ତ ଅତିଥି, ସ୍ୱସ୍ତି ଗ୍ରୁପର ସାଧାରଣ ପରିଚାଳକ ଶ୍ରୀ ଉପେନ୍ଦ୍ର କୁମାର ଶାନବାଗ, ମୁଖ୍ୟ ସେଫ ଶୁଭ୍ରାଂଶୁ ସ୍ବାଇଁ, ଧିରେନ ସେଫ, ସରିତା ସାମଲ, ପାର୍ଥ ସାରଥୀ, ମୁକେଶ କୁମାର, ମନୀଷ ବେଉରl, ସୁଶାନ୍ତ ମହାପାତ୍ର ଓ ହୋଟେଲ ର ଅତିଥି ମାନଙ୍କ ସହିତ ବଡ ଆନନ୍ଦ ଓ ଉଲ୍ଲହାସ ରେ ପାଳନ କରିଥିଲେ l ଏହି କେକ ମିଶ୍ରଣ ପର୍ବ ପୁରୀ ସହର ରେ କେବଳ ସ୍ୱସ୍ତି ହୋଟେଲ କରିଥାଏ ବୋଲି ଉପେନ୍ଦ୍ର ଶାନବାଗ କହିଥିଲେ l











