Home / ଶିକ୍ଷା / ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଆନନ୍ଦବଜ଼ାର ର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିତ।

ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଆନନ୍ଦବଜ଼ାର ର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିତ।

ramkrushna

କାକଟପୁର -ତା ୨୯/୦୩ – (ତୁଷାର ଦୀକ୍ଷିତ ) : କାକଟପୁର ବ୍ଲକ ଅନ୍ତର୍ଗତ ଆନନ୍ଦବଜ଼ାର ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି, ଏହି ଉତ୍ସବ ରେ ଅତିଥି ଭାବେ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ମାନ୍ୟବର ମନ୍ତ୍ରୀ ବୈଦୁତିକ ସୂଚନା ପ୍ରଯୁକ୍ତି ବିଦ୍ୟା,ଯୁବ ଓ କ୍ରୀଡା,ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଧୀନ କୁମାର ନାୟକ, ଉଦୟନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ସ୍ୱାଇଁ, ରେଜିଓନାଲ ରେସିଡେଣ୍ଟାଲ କଲେଜ ନିମାପଡାର ଚେୟାରମ୍ୟାନ ଶ୍ରୀକାନ୍ତ କୁମାର ରାଉତରାୟ,, ପୂର୍ବତନ ଅଧକ୍ଷ ଜିଲ୍ଲା ପରିଷଦ ପୁରୀ ଜୋତିର୍ମୟ ଦଳାଇ ପ୍ରମୁଖ ଯୋଦଦେଇ ପିଲା ମାନଙ୍କୁ ମହତ ଉପଦେଶ ପ୍ରଦାନ କରିଥିଲେ। ଏହି ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଦୟାନିଧି ବେହେରା ଓଡିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ କରି ଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି ଉତ୍ସବ ରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ସଭାପତିତ୍ୱ କରିଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଗ୍ୟାମ୍ପନ କରିଥିଲେ।ପିଲାମାନଙ୍କ ଦ୍ୱାରା ପରିବେଷିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଉତ୍ସବର ମାନ କୁ ଦ୍ଵିଗୁଣିତ କରିଥିଲା।ଉତ୍ସବ ର ସମସ୍ତ ଶ୍ରେୟ ସ୍କୁଲ ର ସମ୍ପାଦକ ଶ୍ରଯୁକ୍ତ ପବିତ୍ର ପରିଡା ଙ୍କୁ ଅଭିଵାବକ ମାନେ ଦେଇ ଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply