Home / ମୁଖ୍ୟ ଖବର / ଅସ୍ତରଙ୍ଗ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି ଗଙ୍ଗେଶ୍ୱର ଯଜ୍ଞ ମହୋତ୍ସବ

ଅସ୍ତରଙ୍ଗ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି ଗଙ୍ଗେଶ୍ୱର ଯଜ୍ଞ ମହୋତ୍ସବ

whatsapp image 2025 11 02 at 19.00.40 ed588734

କାକଟପୁର 2/11( ତୁଷାର ଦୀକ୍ଷିତ ) ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ଅସ୍ତରଙ୍ଗ ବେଳାଭୂମିରେ ଧାର୍ମିକ ଉତ୍ସବର ଆଲୋକପ୍ରଭା । ଏଥି ନେଇ କାକଟପୁର ମୋତି ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ନମ୍ଭେମ୍ବର ମାସ “ବିଶ୍ଵ ଶାନ୍ତି ଓ ଧାର୍ମିକ ଏକତାର ପ୍ରତୀକ ହେବ ଅସ୍ତରଙ୍ଗ ଗଙ୍ଗେଶ୍ୱର ବେଳାଭୂମି ଯଜ୍ଞ ମହୋତ୍ସବ । ନଭେମ୍ବର ୫ ତାରିଖ ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ଭବ୍ୟ ଧାର୍ମିକ ଉତ୍ସବ ଆୟୋଜିତ ହେବାକୁ ଯାଉଛି ଗଙ୍ଗେଶ୍ୱର ବେଳାଭୂମି ଯଜ୍ଞ ମହୋତ୍ସବ ସମିତି ପକ୍ଷରୁ। ଗତ ସାତ ବର୍ଷ ଧରି ଅସ୍ତରଙ୍ଗ ବେଳାଭୂମିରେ ଏହି ମହୋତ୍ସବ ଗଭୀର ଧାର୍ମିକ ଆସ୍ଥା, ପାରମ୍ପରିକତା ଓ ଓଡ଼ିଆ ସଂସ୍କୃତିର ଆଧାରରେ ଆୟୋଜିତ ହୋଇ ଆସୁଛି। ସମିତି ସମ୍ପାଦକ ଚିନ୍ମୟ ପ୍ରକାଶ ଦାସ ଓ ସଭାପତି ଅକ୍ଷୟ କୁମାର ପରିଡ଼ା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ, ଏବର୍ଷ ନମ୍ଭେମ୍ବର ୫ ତାରିଖ ଓ ୬ ତାରିଖ ଦୁଇ ଦିନ ଯଜ୍ଞ ମହୋତ୍ସବରେ ଅନେକ ଗୁଡ଼ିଏ ସାଂସ୍କୃତିକ , ପାରମ୍ପାରିକ କାର୍ଯ୍ୟକ୍ରମ ସମ୍ପନ୍ନ ହେବାର ବ୍ୟବସ୍ଥା ହୋଇଅଛି । ବୋଇତ ବନ୍ଦାଣ , ଗୋମାତା ପୂଜନ, ପିତାମାତା ପୂଜନ , ନାମ ସଙ୍କୀର୍ତ୍ତନ, ପୁସ୍ତକ ଉନ୍ମୋଚନ , ବାଲୁକା କଳା ପ୍ରଦର୍ଶନ ପାରି ମୁଖ୍ୟ କାର୍ଯ୍ୟକ୍ରମ କରାଯିବ । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଗଙ୍ଗେଶ୍ୱର ବେଳାଭୂମିରେ ଏହି ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ସମୁଦ୍ର ସ୍ନାନ କରି ଗଙ୍ଗା ଓ ମହୋଦଧିର ପାବନ ଜଳରେ ବୁଡ଼ି ପକାନ୍ତି। ପାଳିତ ହୋଇଥିବା ବୋଇତ ବନ୍ଦାଣ ଓ ମହୋତ୍ସବର ଆଲୋକ ସଜାଣି ସମଗ୍ର ବେଳାଭୂମିକୁ ପୁରୀ ବାଲିଯାତ୍ରାର ମହିମା ଦେଇଥାଏ। ସମିତି ପକ୍ଷରୁ ଜଣାଯାଇଛି ଯେ, ଗଙ୍ଗେଶ୍ୱର ବେଳାଭୂମି ତଟରେ ବାବା ଗଙ୍ଗେଶ୍ୱରଙ୍କ ମନ୍ଦିର ସ୍ଥାପନ କାମ ଶୀଘ୍ର ଆରମ୍ଭ ହେବ। ଏହା ଅଞ୍ଚଳରେ ଧାର୍ମିକ ଓ ସଂସ୍କୃତିକ ପର୍ଯ୍ୟଟନକୁ ଅଧିକ ଗତି ଦେବ ବୋଲି ଆଶା କରାଯାଉଛି । ଏହି ଯଜ୍ଞ ମହୋତ୍ସବ ଉପରେ ସ୍ଥାନୀୟ ଓ ଜିଲ୍ଲା ସ୍ତରୀୟ ପ୍ରଶାସନ ଅଧିକାରୀ ଦୃଷ୍ଟିଦେଇ ଆଇନ ଶୃଙ୍ଖଳା, ପାନୀୟ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା , ଟ୍ରାଫିକ ବ୍ୟବସ୍ଥା ଯୋଗାଇ ଦେବାପାଇଁ ଅନୁରୋଧ କରାଯାଇଛି ।ପ୍ରାଚୀନ କାଳରେ ଅସ୍ତରଙ୍ଗ କଳିଙ୍ଗ ରାଜ୍ୟର ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଥିଲା। ଏଠାରୁ ଗୋଲାପୀ ସନ୍ଧ୍ୟା ରେ ସୂର୍ଯ୍ୟ ଅସ୍ତ ହେବା ଦୃଶ୍ୟ ଦେଖିବାକୁ ଦେଶ ଓ ବିଦେଶରୁ ଅନେକ ପର୍ଯ୍ୟଟକ ଆସନ୍ତି। ସ୍ଥାନୀୟ ଲୋକମାନେ ମନେ କରନ୍ତି , “ଯେଉଁଠାରେ ଗଙ୍ଗା ଓ ସମୁଦ୍ର ମିଶିଛି, ସେଠାରେ ଦିବ୍ୟ ଶକ୍ତିର ଅବତାର ଅସ୍ତରଙ୍ଗ।” “ଅସ୍ତରଙ୍ଗ କେବଳ ଏକ ନାମ କି ସମୁଦ୍ର ନୁହେଁ, ଏହା ହେଉଛି ଭକ୍ତି, ପ୍ରକୃତି ଓ ସଂସ୍କୃତି ମାନବତାର ସଂଯୋଗ ସ୍ଥଳ।” ଏହି ସମ୍ମିଳନୀ ରେ ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ, କୈଳାଶ ଚନ୍ଦ୍ର ନାୟକ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply