Home / ମୁଖ୍ୟ ଖବର / ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ,ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ପ୍ରବଳ ଭିଡ଼,

ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ,ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ପ୍ରବଳ ଭିଡ଼,

whatsapp image 2025 11 02 at 19.08.28 221467d4

ପୁରୀ: ୦୨/୧୧/୨୦୨୫ ,ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଦରୁ ଉଠନ୍ତି । ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ ମହାପ୍ରଭୁ ଶୟନ କରିଥିଲେ । ମହାପ୍ରଭୁଙ୍କ ଏହି ଉତଥାପନ ଏକାଦଶୀକୁ ବଡ଼ ଏକାଦଶୀ ବୋଲି କୁହାଯାଏ । ଏହି ଏକାଦଶୀ ଦିନ ଠାରୁ  ପଞ୍ଚକ  ଆରମ୍ଭ ହୋଇଛି । ଶାସ୍ତ୍ର ମତରେ ବଡ଼ ଏକାଦଶୀ ଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଏ । ୪ ମାସ ପରେ ଶୟନରୁ ଉଠୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସେଥିପାଇଁ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଯାଇଛି|

               ମସ୍ତକରେ ସୁବର୍ଣ୍ଣକିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶକୁ ଠିଆକିଆ ବେଶ ମଧ୍ୟ କୁହାଯାଏ । ରାମାନୁଜଙ୍କର ଦର୍ଶନ ଅନୁଯାୟୀ ବ୍ରହ୍ମ ସଗୁଣ ଓ ସେ ନାରାୟଣ, ଲକ୍ଷ୍ମୀ ତାଙ୍କର ଶକ୍ତି । ଏହି ନ୍ୟାୟରେ ରାମାନୁଜ ଜଗନ୍ନାଥଙ୍କୁ ବ୍ରହ୍ମ ଭାବରେ ଦେଖିଥିବାରୁ ସେ ଲକ୍ଷ୍ମୀ ନାରାୟଣ ବେଶ ପ୍ରବର୍ତ୍ତନ କରିଥିଲେ ବୋଲି ଅନୁମାନ କରାଯାଏ । ଠାକୁର ମାନଙ୍କର ଅବକାଶ ନୀତି ଶେଷ ହେବାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଏହି ବେଶରେ ସଜ୍ଜିତ କରିଥିଲେ । ଏହି ବେଶ ଥାଇ ଠାକୁରମାନଙ୍କର ଗୋପାଳ ବଲ୍ଲଭ, ସକାଳଧୂପ, ବାଳଭୋଗ ଓ ଭୋଗମଣ୍ଡପ ନୀତି ଆଦି ସମ୍ପନ୍ନ ହୋଇଥିଲା|ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା|

SPREAD YOUR LOVE WITH YOUR FRIENDS AND FAMILY

Leave a Reply