Home / ମୁଖ୍ୟ ଖବର / ପ୍ରଥମାଷ୍ଟମୀ ରେ ପଡୁଆଁ ହେଲେ ମହାପ୍ରଭୁ, ପୁରୀ ବଡଦାଣ୍ଡ ରେ ବଣ୍ଟା ଗଲା ୧ ଲକ୍ଷ ପ୍ରଥମାଷ୍ଟମୀ ଆରିସା ପିଠା

ପ୍ରଥମାଷ୍ଟମୀ ରେ ପଡୁଆଁ ହେଲେ ମହାପ୍ରଭୁ, ପୁରୀ ବଡଦାଣ୍ଡ ରେ ବଣ୍ଟା ଗଲା ୧ ଲକ୍ଷ ପ୍ରଥମାଷ୍ଟମୀ ଆରିସା ପିଠା

whatsapp image 2025 11 12 at 19.25.21 0fbebb8e

ପୁରୀ: – ୧୨/୧୧/୨୦୨୫ – ବୁଧବାର ଦିନ ଶ୍ରୀମନ୍ଦିରରେ ପ୍ରଥମ ଭୋଗ ମଣ୍ଡପ ନୀତି ବଢିବା ପରେ ମହାସ୍ନାନ ନୀତି ହୋଇ ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଥିଲା| ମହାପ୍ରଭୁ ଙ୍କ ପ୍ରଥମାଷ୍ଟମୀ ପାଇଁ ଭକ୍ତଙ୍କ ଉଦେଶ୍ୟ ରେ ନିଆଳିରୁ ଆସିଥିବା ଏକଲକ୍ଷ ଆରିସା ପିଠା ବୁଧବାର ଦିନ ବଡଦାଣ୍ଡ ରେ ବଣ୍ଟନ କରାଯାଇଥିଲା |

whatsapp image 2025 11 12 at 19.25.22 77582ca0

ଏହି କାର୍ଯ୍ୟକ୍ରମ ରେ  ଅତିଥି ଭାବେ ପୂର୍ବତନ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପହଞ୍ଚି ମହାପ୍ରଭୁ ଙ୍କ ଦର୍ଶନ ସାରି ଫେରୁଥିବା ଭକ୍ତ ଙ୍କୁ ଆରିସା ପିଠା ବଣ୍ଟନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ| ମାଧବାନନ୍ଦ ଟ୍ରଷ୍ଟ ବୋର୍ଡ ଉପଦେଷ୍ଟା ରାମକୃଷ୍ଣ ମହାପାତ୍ର,ମାଧବାନନ୍ଦ ମନ୍ଦିର ର ବଂଶନୁ କ୍ରମିକ ଟ୍ରଷ୍ଟି ପ୍ରଶାନ୍ତ କୁମାର ଗୋସ୍ୱାମୀ, ତ୍ରିଲୋଚନ ବେହେରା, ସୌମ୍ୟକାନ୍ତ ପ୍ରଧାନ ପ୍ରମୁଖ ଙ୍କ ତତ୍ୱାବଧାନ ରେ ପିଠା ବଣ୍ଟନ ଅନୁଷ୍ଠିତ ହୋଇଥିଲା | ପ୍ରଥମାଷ୍ଟମୀ ପର ଦିନ ତଥା ନବମୀ ଗୁରୁବାର ଦିନ ଠାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଜମାଲାଗି ବେଶ ଏବଂ ନୀତି ଆରମ୍ଭ ହେବ |ସୂଚନା ଯୋଗ୍ୟ ନିଆଳି ମାଧବ ମାଧବାନନ୍ଦ ମନ୍ଦିରରୁ ମଙ୍ଗଳ ବାର ଦିନ ଶ୍ରୀମନ୍ଦିର ରେ ପହଁଚିଥିଲା ପଡୁଆଁ ଭାର |ପରମ୍ପରା ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ |ଏହି ଅବସରରେ ମହାପ୍ରଭୁ ଙ୍କ ମାମୁଁ ଘର ନିଆଳି ମାଧବ ମାଧବାନନ୍ଦ ମନ୍ଦିରରୁ ମଙ୍ଗଳ ବାର ଦିନ ଦିବା ୩ ଟା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଭାର ପହଂଚିବା ପରେ ସେଠାରୁ  ବିଭିନ୍ନ ମେଢ଼, ଘୋଡା, ଓଡିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ,ଲଉଡ଼ି ଖେଳ ଇତ୍ୟାଦି ଶୋଭାଯାତ୍ରା ରେ ଶ୍ରୀମନ୍ଦିର ଅଭିମୁଖେ ପଡୁଆଁ ଭାର ଯାଇ ଶ୍ରୀମନ୍ଦିର ରେ ପହଞ୍ଚିଥିଲା| ଭାରରେ ମହାପ୍ରଭୁ ଙ୍କ ଉଦେଶ୍ୟରେ ଖଣ୍ଡୁଆ, ଚନ୍ଦନ, ଫୁଲ, ତୁଳସୀ, ବିରି, ମୁଗ, ଚାଉଳ, ଘିଅ, ଫଳ ଇତ୍ୟାଦି ପହଞ୍ଚିଥିଲା |

SPREAD YOUR LOVE WITH YOUR FRIENDS AND FAMILY

Leave a Reply