Home / ମୁଖ୍ୟ ଖବର / ଇକୋ କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ।

ଇକୋ କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ।

whatsapp image 2025 12 05 at 20.20.10 ed60e171

ପୁରୀ ୫/୧୨ ପୁରୀ ସଦର ବ୍ଲକ ମଣ୍ଡଳ ସ୍ତରୀୟ ଇକୋ କ୍ଲବ ପ୍ରଦର୍ଶନୀ ଆଜି ପୂର୍ବାହ୍ନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ବିଦ୍ୟାଳୟ ର ୪୦ ଗୋଟି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା।ଏହି ପ୍ରଦର୍ଶନୀ କୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଉଦଘାଟନ କରିବା ସହ ପରିବେଶ ସଚେତନତା ପାଇଁ ଇକୋ କ୍ଲବ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ସମଗ୍ର ବିଶ୍ବରେ ଏବେ ଜଳବାୟୁ ପରିବର୍ତ୍ତନ ନେଇ ଉଦବେଗ ପ୍ରକାଶ ପାଇଛି।ବ୍ୟାପକ ବୃକ୍ଷ କଟା, ପ୍ଲାଷ୍ଟିକ ବ୍ୟବହାର,ଜଳ,ବାୟୁ ଇତ୍ୟାଦି ପ୍ରଦୁଷଣ ଯୋଗୁ ଜୀବଜଗତ ଉପରେ କୁ ପ୍ରଭାବ ପଡୁଛି।ଏହାକୁ ବ୍ୟାପକ ଜନ ସଚେତନତା ମାଧ୍ୟମରେ ପ୍ରତିହତ କରାଯାଇ ପାରିବ।ବୃକ୍ଷ ରୋପଣ, ଜଳ ସଂରକ୍ଷଣ, ଜଳର ସଦୁପଯୋଗ, ବର୍ଷା ଜଳ ଅମଳ ଇତ୍ୟାଦି ଆମ ସମସ୍ତଙ୍କ ଉତ୍ତରଦାୟୀତ୍ବ ହେବା ଉଚିତ ବୋଲି ସେ କହିଥିଲେ।ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ସାହୁ, ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ, ଅଭିଭାବକ ଶିକ୍ଷକ ସଂଘର ସଭାପତି ସୂର୍ଯ୍ୟ ନାଥ ପୂଜପଣ୍ଡା ପ୍ରମୁଖ ଯୋଗ ଦେଇ ପରିବେଶ ପ୍ରଦୂଷଣ ଓ ଇକୋ କ୍ଲବ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅମ୍ରିତା ସାହୁ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଶିକ୍ଷୟତ୍ରୀ ଅଳକାନନ୍ଦା ଓ ବୈଶାଳିନୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ବିମଳା କୁମାରୀ ସେନାପତି, ଏନସିସି ଅଫିସର ଶୋଭାମଣୀ ସ୍ବାଇଁ, ସଂଗୀତା ନାୟକ, ଶିକ୍ଷକ ସୌଭାଗ୍ୟ କୁମାର ସାହୁ, ଗାଇଡ ଶିକ୍ଷକ ସ୍ବର୍ଣ୍ଣ ଲତା ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ପରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅତିଥି ମାନେ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply