Home / ମୁଖ୍ୟ ଖବର / ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

whatsapp image 2025 12 06 at 19.59.42 dfac7a2c

ପୁରୀ ୬/୧୨ ମହାପୁରୁଷଙ୍କ ଚରିତ୍ର, ଆଦର୍ଶ ଓ କାର୍ଯ୍ୟାବଳୀ ସମାଜ କୁ ସର୍ବଦା ପ୍ରେରଣା ଦେଇ ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୁରୀ ଜିଲ୍ଲା ପ୍ରତାପ ରାମଚନ୍ଦ୍ରପୁର ସ୍ଥିତ ଗୋପୀନାଥ ଉଚ୍ଚ ମଧ୍ୟିକ ବିଦ୍ୟାପୀଠ ରେ ବ୍ଲକ ପ୍ରଶାସନ ପକ୍ଷରୁ ଉତ୍କଳ ସ୍ବାଭିମାନ ମଞ୍ଚ ସହଯୋଗ ରାଜ୍ୟ ୬ ଜଣ ମହାପୁରୁଷ ମଧୁସୂଦନ ଦାସ, ଜୟୀ ରାଜଗୁରୁ,କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ,ସୁଭାଷ ବୋଷ, ଗୋପବନ୍ଧୁ ଦାସ ଓ ରାଜା ହରିହର ମର୍ଦ୍ଧରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।ପ୍ରତିମୂର୍ତ୍ତି ଉନ୍ମୋଚନ କରି ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ସମ୍ବୋଧନ କରି ଶ୍ରୀ ବେହେରା ପିଲା ଅବସ୍ଥାରୁ ମହାପୁରୁଷଙ୍କ ବିଷୟରେ ଜାଣିଲେ ସେମାନଙ୍କ ଚରିତ୍ର ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି କହିବା ସହ ସ୍ବାଭିମାନ ମଞ୍ଚ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ବ୍ୟବସ୍ଥା କୁ ପ୍ରଶଂସା କରିଥିଲେ। ମଞ୍ଚ ର ସଭାପତି ରାଧାକାନ୍ତ ଦାଶ ଙ୍କ ପୌରହୀତ୍ୟ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ପରିଷଦ ସଦସ୍ୟା ମୋନିକା ମିଶ୍ର,ମଞ୍ଚ ର ସମ୍ପାଦକ ଡ଼ ପ୍ରଭାକର ତ୍ରିପାଠୀ,ଯୁଗ୍ମ ସମ୍ପାଦକ ବାସୁଦେବ ସାହୁ, ଭଗବାନ ଦାସ, ମନୋରଞ୍ଜନ ମିଶ୍ର,ସୁଜାତା ମିଶ୍ର,ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply