ତା -୧୦/୧୨/୨୦୨୫ – ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁରୀ ସହରର ବିଭିନ୍ନ ସାହି, ଲେନ୍ ଏବଂ ବାଇ-ଲେନ୍ଗୁଡ଼ିକୁ ସମୀକ୍ଷା କରିଛନ୍ତି । ଆସନ୍ତା ଡିସେମ୍ବର ଜାନୁଆରୀ ମାସ ଭାରତର କୋଣ ଅନୁକୋଣରୁ ପର୍ଯ୍ୟଟକ ଓ ଭକ୍ତମାନଙ୍କ ଭିଡ଼ ବ୍ୟାପକ ଭାବେ ବୃଦ୍ଧି ପାଉଥିବା ପରିପ୍ରେକ୍ଷିତରେ, ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଉଦେଶ୍ୟରେ ଗଳି ଓ ଲେନ୍ଗୁଡିକର ମାଇକ୍ରୋ ଲେଭେଲ୍ ଇନ୍ସପେକ୍ସନ୍ କରାଯାଇଛି ।

ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଏହି ସମୀକ୍ଷାରେ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏସ୍ପି ପୁରୀ ଗଣ୍ଡୁଆଚଉରା ଛକ, ବାରବାଟୀ ଜାଗା, ମଣିକର୍ଣ୍ଣିକା ସାହି, ଧାନକୁଟି ସାହି, କଦମଗଡ ଛକ, ଭୋଗଜାଗା, ଜହ୍ନୀମୁଣ୍ଡିଆ ଛକ, ଜେନେରୀ ଗଛ, ଲବଣିଖିଆ ଛକ, ମରଚିକୋଟ ଛକ ସହ ବିଭିନ୍ନ ସ୍ଥାନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମସ୍ତ ସ୍ଥାନ ମାଧ୍ୟମରେ ହଜାର–ହଜାର ଭକ୍ତ ଓ ପର୍ଯ୍ୟଟକ ପ୍ରତିଦିନ ଯାତାୟାତ କରନ୍ତି । ଏସ୍ପି ପୁରୀ ନିଜେ ଲେନ୍–ବାଇଲେନ୍ଗୁଡ଼ିକର ଚଉଡ଼ା, ରାସ୍ତାର ଅବସ୍ଥା, ଅବରୋଧ, ଅସୁରକ୍ଷିତ ସ୍ଥାନ, ଅନାବଶ୍ୟକ ପାର୍କିଂ ବିଷୟରେ ନିଜେ ନିଜେ ନିରୀକ୍ଷଣ କରିଥିଲେ । ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ କହିବାନୁଯାଇ “ପୁରୀ ହେଉଛି ଜଗତର ଆସ୍ଥାର କେନ୍ଦ୍ର । ଆସନ୍ତା ପର୍ଯ୍ୟଟକ ଋତୁରେ ଲକ୍ଷ୍ୟ–ଲକ୍ଷ୍ୟ ଭକ୍ତ ଓ ପର୍ଯ୍ୟଟକ ଆସିବେ । ସେମାନଙ୍କ ସୁମଧୁର ଅନୁଭବ, ସୁରକ୍ଷା ପୁରୀ ପୋଲିସର ପ୍ରଥମ ଦାୟିତ୍ୱ । ସାହି, ଲେନ୍ ଓ ବାଇଲେନ୍ ଭିତରକୁ ଯାଇ ନିଜେ ସମୀକ୍ଷା କରିବା ଏହି ଲକ୍ଷ୍ୟର ଏକ ଅଂଶ ।”
ପୁରୀ ପୋଲିସ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ , ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ପୋଲିସ୍କୁ ସୂଚନା ଦେବା ପାଇଁ ପୋଲିସ ପକ୍ଷରୁ ଆହ୍ବାନ ଦିଆ ଯାଇଛି । ମହିଳାମାନେ ଯେକୌଣସି ସମସ୍ୟା ସାମ୍ନା କଲେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା କରିପାରିବେ । ପର୍ଯ୍ୟଟକ ସୁରକ୍ଷା ଦୃଷ୍ଟିରେ ରଖି ପୁରୀ ପୋଲିସ ପର୍ଯ୍ୟାୟକ୍ରମେ ମାଇକ୍ରୋ ଲେଭେଲ ସମୀକ୍ଷା, ସୁରକ୍ଷା ବ୍ୟବସ୍ଥା, ରୁଟ୍ ପରିଚାଳନା, ପଦଚାରୀ ପଟ୍ରୋଲିଙ୍ଗ ଜୋରଦାର ଚାଲୁଅଛି । ପୁରୀକୁ ଏକ ସୁନ୍ଦର, ସୁରକ୍ଷିତ ଓ ଆତ୍ମିୟ ପର୍ଯ୍ୟଟନ କେନ୍ଦ୍ର ଭାବେ ରଖିବା ଆମ ଆମ ସମସ୍ତଙ୍କର ଦାୟିତ୍ୱ ।











