ନୟାଗଡ଼,ତା-୧୭.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ପଡିଆ ପରିସରରେ ମା ଦକ୍ଷିଣକାଳୀ ଭଲି କ୍ଳବ୍ ପକ୍ଷରୁ ଷଷ୍ଠ ଶୁଭମ ଭଲି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିଲେ ।

ପ୍ରଥମ ଦିନ ଓ଼ଲ୍ଡ ଟାଉନ ଜୁନିଅର ବନାମ ଓଡ଼ଗାଁ ଭଲି କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଉଦ୍ଘାଟନୀ ଖେଳକୁ ମୁଖ୍ୟ ରେଫରୀ ଭାବେ ଚିତ୍ତରଂଜନ ସାହୁ ପରିଚାଳନା କରିଥିବା ବେଳେ ଲାଇନରେ କମଳ କାନ୍ତବେହେରା,ସତ୍ୟ ନାରାୟଣ ସାହୁ ସହାୟତା କରିଥିବା ବେଳେ ପରସ୍ପର ମଧ୍ୟ ରେ ସଙ୍ଘର୍ଷ ପୂର୍ଣ୍ଣ ଭାବେ ଖେଳ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧ ରେ ଓ଼ଲ୍ଡ ଟାଉନ ଜୁନିଅର ପଏଣ୍ଟ ହାସଲ କରିଥବା ବେଳେ ଦ୍ୱିତୀୟାର୍ଧର ଖେଳକୁ ନିଜ ଆୟତ୍ତରେ ରଖି ମ୍ୟାଚକୁ ଓ଼ଲ୍ଡ ଟାଉନ ଜୁନିଅର ଜିତି ନେଇଥିଲା । ଫଳରେ ମ୍ୟାଚ ର ବିଜେତା ହୋଇଥିଲା। ଏଥି ସହ ପରବର୍ତୀ ମ୍ୟାଚ ଗୋତି ସାହି କ୍ଳବ ବନାମ ମହାବୀର ପୋଲିସ ପଡିଆ ନୟାଗଡ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏଥି ସହ କ୍ଳବ ସଭାପତି ରାଜା ପଟ୍ଟନାୟକ ଓ ମାନସ ପ୍ରିତମ ଦୀର୍ଘ ଛଅ ଦିନ ଧରି ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇ ଛନ୍ତି।











