Home / ମୁଖ୍ୟ ଖବର / ସାଂସଦ ଖେଳ ମହୋତ୍ସବ ଉଦଯାପିତ

ସାଂସଦ ଖେଳ ମହୋତ୍ସବ ଉଦଯାପିତ

whatsapp image 2025 12 25 at 8.48.40 pm

ପୁରୀ ୨୫/୧୨ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୪ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ପିପିଲି, ସତ୍ୟବାଦୀ, ପୁରୀ ସଦର ଓ ବ୍ରହ୍ମଗିରି ର କ୍ରିଡା ପ୍ରତିଭା ର ବିକାଶ ପାଇଁ ଆୟୋଜିତ ସାଂସଦ ଖେଳ ମହୋତ୍ସବ ଆଜି ଅପରାହ୍ନ ରେ ଉଦଯାପିତ ହୋଇ ଯାଇଛି।ସେପ୍ଟେମ୍ବର ୨୧ ତାରିଖରୁ ଗଣଦୌଡ ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ କ୍ରିକେଟ ଫାଇନାଲରେ ଶେଷ ହୋଇଥିଲା।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇ ପ୍ରତିଟି ଯୁବବର୍ଗ ମଧ୍ୟରେ ଅଫୁରନ୍ତ ଶକ୍ତି, ପ୍ରତିଭା ଓ ଦକ୍ଷତା ରହିଛି ବୋଲି କହିଥିଲେ।

image
image

ଆଜିର ସମୟରେ କ୍ରିଡା କେବଳ ଶାରୀରିକ ସୁସ୍ଥତା ପାଇଁ ନୁହେଁ ଆତ୍ମନିର୍ଭର ଓ ପ୍ରତିଭା ର ବିକାଶ ଦିଗରେ ସହାୟକ ହୋଇଛି।ଏହାକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ଓ ଯୁବ ଶକ୍ତି ର ଉତଥାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଖେଳ ମହୋତ୍ସବ ର ପରିକଳ୍ପନା କରିଥିଲେ।ବଡ ଖୁସି ର କଥା ସମଗ୍ର ଦେଶରେ ପୁରୀ ସଂସଦୀୟ କ୍ଷେତ୍ର ରୁ ସର୍ବାଧିକ ପ୍ରତିଯୋଗୀ ପଞ୍ଜିକରଣ କରିଥିଲେ।ଏହା ସମସ୍ତଙ୍କ ପାଇଁ ପ୍ରେରଣା।ଆଗାମୀ ଦିନ ରେ କ୍ରିଡା କୁ ଅଧିକ ପ୍ରାଧାନ୍ୟ ଦିଆଯିବ ଓ ଅଧିକ ପ୍ରତିଯୋଗୀ ଙ୍କୁ ସାମିଲ କରାଯିବ ବୋଲି ସେ କହିବା ସହ ସମସ୍ତ କ୍ରୀଡାବିତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏଥିରେ ଯୋଗ ଦେଇଥିଲେ।କ୍ରିକେଟ ଫାଇନାଲରେ ରେଲୱେ ଦଳ ଚମ୍ପିୟାନ ହୋଇ ଥିବା ବେଳେ ତେଲଗୁ ୱ୍ବାରିଅର୍ସ ରନର୍ସ ଅପ ହୋଇ ପୁରସ୍କୃତ ହୋଇଥିଲେ।ଅନ୍ୟ କ୍ରିଡାର ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ଡା ପାତ୍ର ପୁରସ୍କୃତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply