Home / ମୁଖ୍ୟ ଖବର / ଟ୍ରାଂସ ଜେଣ୍ଡର ରାଷ୍ଟ୍ରୀୟ କ୍ରିକେଟ ଟୁରନାରମେନ୍ଟ ରେ ରନର୍ଶ ଅପ୍ ହାସଲ କରି ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଶା ଟ୍ରାଂଶ ମ୍ୟାନ କ୍ରିକେଟ ଦଳସହାୟତା ଦେଉ ନାହାନ୍ତି ରାଜ୍ୟ ସରକାର , ଭଣ୍ଡଉ ଛନ୍ତି ନେତା

ଟ୍ରାଂସ ଜେଣ୍ଡର ରାଷ୍ଟ୍ରୀୟ କ୍ରିକେଟ ଟୁରନାରମେନ୍ଟ ରେ ରନର୍ଶ ଅପ୍ ହାସଲ କରି ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଶା ଟ୍ରାଂଶ ମ୍ୟାନ କ୍ରିକେଟ ଦଳସହାୟତା ଦେଉ ନାହାନ୍ତି ରାଜ୍ୟ ସରକାର , ଭଣ୍ଡଉ ଛନ୍ତି ନେତା

whatsapp image 2025 12 25 at 8.58.08 pm

ପୁରୀ(୨୫/୧୨/୨୫) lovely professional University ପଞ୍ଜାବ ଠାରେ ଆୟୋଜିତ National Transgender Person national cricket tournament ରେ ଭାଗ ନେଇ ଓଡ଼ିଶାର Trans Men କ୍ରିକେଟ ଦଳ runners-up ପାଇ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଏଥି ପାଇଁ ଏକ ଚଉଦ ଜଣିଆ ଟ୍ରାନ୍ସ ଦଳ ୧୨ ତାରିଖ ପଞ୍ଜାବ ଗସ୍ତ କରି ଥିଲେ। ଏହି ଦଳ ପଚିଶ ତାରିଖ ପୁରୀ ଫେରିବା ପରେ ସେମାନଙ୍କୁ ଦ ବେଲ୍ ଅନୁଷ୍ଠାନ ତରଫରୁ ସ୍ଥାନୀୟ ୟୁଥ୍ ହଷ୍ଟେଲ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା।

image
image

ସେମିଫାଇନାଲରେ କର୍ଣ୍ଣାଟକକୁ ୪୭ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରି ଥିଲେ ଓଡ଼ିଶା ଦଳ ।ଫାଇନାଲ ମ୍ୟାଚ ରେ କେରଳ ସହିତ ମୁହାହମୁହିଁ ହେଇ ମାତ୍ର ୨ ରନ ରେ ପରାସ୍ତ ହେଇ runners-up ରେ ସନ୍ତୁଷ୍ଟ ହେବାକୁ ପଡି ଥିଲା ଓଡ଼ିଶା କୁ। ମାତ୍ର ଦୁଃଖର ବିଷୟ ଦିର୍ଘ୍ ଦୁଇ ବର୍ଷ ଧରି ଓଡ଼ିଶା ଟ୍ରାନସ୍ ମେନ୍ ଏହି ପ୍ରତିଯୋଗିତାରେ ଭାଗ ନେଉ ଥିଲେ ମଧ୍ୟ ଏଥି ପାଇଁ ଯେଉଁ ଅର୍ଥର ଆବଶ୍ୟକତା ରହୁଚି ତାହା ରାଜ୍ୟ ସରକାର ,ଜିଲ୍ଲା ପ୍ରଶାସନ ବା ନେତା ମନ୍ତ୍ରୀ ପାଖକୁ ଗଲେ ମଧ୍ୟ ମିଳୁନାହିଁ ବୋଲି କ୍ଷୋବ ପ୍ରକାଶ କରି କହିଛନ୍ତି ଟିମ୍ କ୍ୟପଟେନ୍ ସନ୍ତୋଷ କୁମାର ଜେନା (Emmy) । ସେହି ପରି ଏହି ଦଳର ଉପ ଅଧିନାୟକ ପୁରୀର ସୁମନ ମହାକୁଡ କହିଛନ୍ତି ଟଙ୍କା ପଇସା ତ ଦୂରର କଥା ଗୋଟେ ସାମାନ୍ୟ ଖେଳ କୀଟ ପାଇ ପ୍ରତିଶ୍ରୁତି ଦେଇ ମଧ୍ୟ ଆମ ଜିଲ୍ଲା ନେତା ଶେଷ ମୂହୁର୍ତ୍ତରେ ଆମକୁ ଭଣ୍ଡେଇ ଛନ୍ତି।ଏ ସବୁ ସତ୍ତ୍ୱେ ଜଗନ୍ନାଥଙ୍କ କୃପାରୁ ଆମେ ସଫଳ ହେଇଚୁ।ଏହାସହିତ ଦଳଗତ ଶୃଙ୍ଖଳା ପାଇଁ ବେଷ୍ଟ ଟିମ୍ ଆୱାର୍ଡ଼ ମଧ୍ୟ ହାସିଲ କରିଛୁ ବୋଲି କହିଛନ୍ତି ନିଜୟୀ ଦଳ।ସମାଜ ସବୁବେଳେ ଟ୍ରଂନସ୍ କମ୍ୟୁନିଟକୁ ଅଲଗା ନଜରରେ ଦେଖୁଥିବା ବେଳେ ସେମାନଙ୍କ ଖେଳ ପ୍ରତି ଆଗ୍ରହକୁ ପ୍ରୋତ୍ସାହନ ଯୋଗଦେଲେ ସେମାନେ ସମାଜର ମୂଳ ସ୍ରୋତ ସହିତ ସାମିଲ ହେଇ ପାରିବ ବୋଲି ଏହି ଅବସରରେ କହିଛନ୍ତି ଏହି କମ୍ୟୁନିଟି ପାଇଁ କାର୍ଯ୍ୟସୃଥିବା ଦ ବେଲ୍ ସାମାଜିକ ଅନୁଷ୍ଠାନ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ। ଦ ବେଲ୍ ଦ୍ଵାରା ଆୟୋଜିତ ଏହି ସମ୍ବର୍ଦ୍ଧନା ପର୍ବରେ ପୁରୀ ୟୁଥ୍ ହଷ୍ଟେଲ ମ୍ୟାନଜର ଭାସ୍କର ମହାରଣା, ସାନଭି ରିହାବ କେଆର ର ଏମ ଡି ଡ୍. ନେତାଜୀ ହରି ଚନ୍ଦନ,ସୁକାନ୍ତ କୁମାର ପଣ୍ଡା,ରାଜ କିଶୋର ପାତ୍ର,ରାଜ ଲକ୍ଷ୍ମୀ ଦାସ,ମିନତି ନାୟକ, ଶାନ୍ତି ଲତା ପ୍ରଧାନ, ମଳୟ ଗଜେନ୍ଦ୍ର ,ରଞ୍ଜିତ ନାୟକ,ଉମେଶ ଚନ୍ଦ୍ର ଦାସ,ବନିତା ଦୀକ୍ଷିତ,ବର୍ଷା ଦାସ,ଅଞ୍ଜଳି କାନୁନଗୋ ଯୋଗ ଦେଇ ବିଜୟୀ ଦଳ କୁ ଶୁଭେଛା ଜଣାଇ ଥିଲେ।ଏହି କାର୍ଯ୍ୟକ୍ରମକୁ ଦ ବେଲ୍ ୟୁଥ୍ ଓ ଓମେନ୍ସ କ୍ଲବ୍ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply