ବ୍ରହ୍ମଗିରି ୨୫/୧୨/୨୦୨୫ ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଭୁଵନପୁର ଗ୍ରାମ ପଞ୍ଚାୟତର ଗୋଖରା ଗ୍ରାମରେ ବୃନ୍ଦାବନ ନିବାସୀ ବାବାଜୀ ଦାମୋଦର ଦାସ ମହାରାଜଙ୍କ ତତ୍ବାବଧାନରେ ସପ୍ତଦିନ ବ୍ୟାପି ଶ୍ରୀମଦ୍ଭାଗବଦ୍ ଜ୍ଞାନ ଯଜ୍ଞ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ସପ୍ତଦିନ ବ୍ୟାପି ଶ୍ରୀମଦ୍ଭାଗବଦ୍ ଜ୍ଞାନ ଯଜ୍ଞ ମହୋତ୍ସବରେ ଭାରତ ବିଖ୍ୟାତ ସଂସ୍କୃତ ବିଦ୍ୱାନ ଓ ଗବେଷକ କଥାବ୍ଯାସ ଭୂପତି ମୋହନ ପଣ୍ଡା ବ୍ୟାସକୃତ ସଂସ୍କୃତ ଭାଗବତ ଉପରେ ପ୍ରବଚନ ଦେଇଥିଲେ। ଅଠର ହଜାର ମୂଳ ବ୍ୟାସଦେବ କୃତ ସଂସ୍କୃତ ଶ୍ଳୋକ ସହିତ ଅନୁବାଦ କରି ସେ ଉପସ୍ଥିତ ଶ୍ରୋତା ଏବଂ ଭକ୍ତମାନଙ୍କୁ ଉଦବୁଦ୍ଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଧର ଦାଶ,ଙ୍କ ଚକ୍ରଧର ପଣ୍ଡା,ସୁଶୀଲ କୁମାର ସେନ,ପ୍ରକାଶ କୁମାର ସାହୁ, ରାକେଶ କୁମାର ପଣ୍ଡା,ବଲ୍ଲଭ କୁମାର ଜେନା ଓ କଣ୍ଡଶିଳ୍ପୀ ସୁଶ୍ରୀ ତଅପୋଇ ଜେନା, ବ୍ରହ୍ମଚାରୀ ପଲାଇ ପ୍ରମୁଖ ଏଥିରେ ଯୋଗଦାନ କରି ଭକ୍ତିସଂଗୀତ ସହିତ ଭାଗବତ କଥାମୃତ ପରିବେଷଣ କରିଥିଲେ।ଶେଷ ଦିନ ନଗର ପରିକ୍ରମା କରାଯାଇଥିଲା।ମଞ୍ଚ ସଂଚାଳନ କରିଥିଲେ ସଂସ୍କୃତି ସଂଗଠକ ଅଜୟ କୁମାର ସ୍ବାଇଁ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଦିଗମ୍ବର ବେହେରା, ସମାଜସେବୀ ଦାମୋଦର ସାହୁ,ସଂଗ୍ରାମ ବଳିଆର ସିଂହ, ରମାକାନ୍ତ ବଳିଆର ସିଂହ,ଗାୟକ ପର୍ଶୁରାମ ଶାସମଲ , ଅକ୍ଷୟ କୁମାର ଦଳାଇ, ଶିକ୍ଷକ ବିମ୍ବାଧର ଜେନା,ବ୍ରଜ ଶାସମଲ,ଭରତ ଶାସମଲ ଙ୍କ ସମେତ ଗୋଖରା ଓ ବାଲିସାହି ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।











