Home / ମୁଖ୍ୟ ଖବର / ଵ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ – ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମଵ

ଵ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ – ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମଵ

whatsapp image 2026 01 12 at 9.18.02 pm

ପୁରୀ ୧୨/୧ ପୁରୀ ଜିଲ୍ଲାରେ ଆଜି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ଓ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ, ପୌର ପାଳିକା,ଭାରତ ବିକାଶ ପରିଷଦ,ସଂପର୍କ ଓ ମାଇଁ ଯୁବା ପୁରୀ ଶାଖାର ମିଳିତ ସହଯୋଗ ରେ ଦିଗବାରେଣୀ ଛକ ଠାରେ ଥିବା ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ସ୍ବାମୀ ବିବେକାନନ୍ଦ ଯୁବବର୍ଗ ଓ ଯୁବ ଶକ୍ତି ର ପ୍ରେରଣାର ଉତ୍ସ ବୋଲି କହିଥିଲେ।ଯୁବ ବୟସରେ ବିବେକାନନ୍ଦ ବିଦାୟ ନେଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟ, ତ୍ୟାଗ, ଜ୍ଞାନ ଓ ପାରଦର୍ଶିତା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ର ଅଧ୍ୟକ୍ଷା ଡ.ହରପ୍ରିୟା ଦାଶ,ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମଧୁସୂଦନ ସିଂହାରି ପ୍ରମୁଖ ଯୋଗ ଦେଇ ସ୍ବାମୀ ବିବେକାନନ୍ଦ ଙ୍କ ଜୀବନ ଆଦର୍ଶ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ବନ୍ଦେ ମାତରମ ସଂଗୀତ କୁ ସାମୁହିକ ଗାନ କରା ଯାଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଆତ୍ମନିର୍ଭର ଭାରତ ର ଶପଥ ପାଠ ସମସ୍ତଙ୍କୁ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଦିଗଦର୍ଶନ ପଟନାୟକ,ଉମାକାନ୍ତ ନାୟକ,ପ୍ୟାରୀ ମୋହନ ପଟନାୟକ, ପତିତପାବନ ସାମନ୍ତରାୟ,ନଳିନୀ ମଲିକ,କିଶୋର ପାତ୍ର,ଲାଲା ଅନନ୍ତ କୁମାର,ଅର୍ଜିତ ପଟନାୟକ,ରମାକାନ୍ତ ସାହୁ,ଅଭିଜିତ ପଣ୍ଡା।ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ସଚିବ ସନ୍ତୋଷ କୁମାର ମହାନ୍ତି ସଭା ପରିଚାଳନା କରିଥିବା ବେଳେ,ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply