Home / ମୁଖ୍ୟ ଖବର / ନୟାଗଡ଼ ଯୁବ ବିଜେଡ଼ି ସଭାପତି ପଦ ବଜାୟ ରଖିଲେ ଦୁର୍ଯ୍ୟୋଧନ ବେହେରା।

ନୟାଗଡ଼ ଯୁବ ବିଜେଡ଼ି ସଭାପତି ପଦ ବଜାୟ ରଖିଲେ ଦୁର୍ଯ୍ୟୋଧନ ବେହେରା।

whatsapp image 2026 01 27 at 9.40.29 am

ନୟାଗଡ଼,ତା-୨୬.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ୧୦ଟି ଜିଲ୍ଲାର ଯୁବ ସଭାପତି ଓ ଛାତ୍ର ସଭାପତିଙ୍କ ନାମ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ୧୦ଟି ଜିଲ୍ଲା ମଧ୍ୟରେ ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଓ ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ।

image
image

ତେବେ ପୂର୍ବରୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଦୁର୍ଯ୍ୟୋଧନ ବେହେରା ମଙ୍ଗ ଧରିଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀଯୁକ୍ତ ବେହେରାଙ୍କ ଉପରେ ଆଉ ଥରେ ଆଶା ପ୍ରକଟ କରି ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତ କରିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ପୂର୍ବରୁ ନୀଳମାଧବ ପଣ୍ଡା ଦୀର୍ଘ ବର୍ଷ ଧରି ନିଜ ଦାୟିତ୍ବ ତୁଲାଇ ଆସିଥିବା ବେଳେ ଏଥର ଅମରେଶ୍ୱର ଜେନାଙ୍କ ଉପରେ ବିଜେଡ଼ି ସୁପ୍ରିମୋ ଆଶା ପ୍ରକଟ କରି ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତ କରିଛନ୍ତି। ବିଜୁ ଯୁବ ଓ ଛାତ୍ର ସଭାପତିଙ୍କ ନାମ ଘୋଷଣା ହେବା ପରେ ଉଭୟଙ୍କୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଥିବା ବେଳେ ଉଭୟ ଯୁବ ଓ ଛାତ୍ର ସଭାପତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply