Home / ମୁଖ୍ୟ ଖବର / ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ।

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ।

whatsapp image 2026 01 27 at 8.39.18 am

ନୟାଗଡ଼,ତା-୨୬.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ୭୭ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଥିବା ଗଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ମନେ ପକାଇ ସମ୍ବିଧାନ ପ୍ରଣୟନରେ

image
image

ତାଙ୍କର ବଳିଷ୍ଠ ନେତୃତ୍ବ ଓ ଦିଗଦର୍ଶନ ବିଷୟରେ ଆଲୋଚନା କରିଥିଲେ। ଆଜିର ଛାତ୍ର କାଲିର ନାଗରିକ। ତେଣୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେବାବ୍ରତୀ ଗୁରୁଜୀ ଗୁରୁମା ମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ବିଦ୍ଯାଳୟ ମାଟ୍ରିକ ପରୀକ୍ଷା ସହିତ ବିଭିନ୍ନ ବୃତ୍ତି ପରୀକ୍ଷା ଗୁଡିକରେ ପ୍ରତିବର୍ଷ ସର୍ବୋତ୍କୃଷ୍ଟ ସ୍ଥାନ ହାସଲ କରୁଥିବାରୁ ଗୁରୁଜୀ ଗୁରୁମା ମାନଙ୍କୁ ସାଧୁବାଦ ଜଣାଇ ଥିଲେ। ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଭାଗନେଇ ଅନେକ ପ୍ରଶଂସା ସାଉଁଟି ଥିଲେ। ଉପ ବରିଷ୍ଠ ବର୍ଗ ଓଡିଆ ଡିବେଟ୍ ରେ ବିଦ୍ଯାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ବିଶ୍ବବିଜିତା ମହାନ୍ତି ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ କନିଷ୍ଠ ବର୍ଗ ଓଡିଆ ଡିବେଟରେ ସ୍ମ୍ରତିମୟୀ ସାହୁ ଜିଲ୍ଲା ସ୍ତରରେ ଦ୍ବିତୀୟ ସ୍ଥାନ ଓ କନିଷ୍ଠ ବର୍ଗ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ଅନନ୍ଯା ପ୍ରିୟଦର୍ଶିନୀ ଜିଲ୍ଲା ସ୍ତରରେ ୩ୟ ସ୍ଥାନ ଅଧିକାର କରି ବିଦ୍ଯାଳୟ ପାଇଁ ଗୌରବ ଅର୍ଜନ କରିଥିବାରୁ ସେମାନଙ୍କୁ ଏହି ଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସେବାବ୍ରତୀ ଗୁରୁଜୀ ଗୁରୁମା ଓ ଅଭିଭାବକ ବନ୍ଧୁ ମାନେ ଉପସ୍ଥିତ ଥିଲେ। ଏହି ଉତ୍ସବ ପାଳନ ଉପଲକ୍ଷେ ବିଦ୍ଯାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ଯ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ବିଦ୍ଯାଳୟର ଛାତ୍ରୀ ବିଶ୍ବବିଜିତା ମହାନ୍ତି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply