ପୁରୀ ୧୬/୧୨/୨୦୨୫ – ଶ୍ରୀମନ୍ଦିର ରୁ ଶ୍ରୀ ଲୋକନାଥ ମନ୍ଦିର କୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଲୋକନାଥ ରୋଡ଼ ରେ ଅନବରତ ନଳା ପାଣିରେ ଭାସୁଛି |ଲୋକନାଥ ରୋଡ଼ ପ୍ରତିହାରୀ ନିଯୋଗ ନିକଟସ୍ଥ ଘରର ଅସନା ନଳା ପାଣି ରାସ୍ତାରେ ଭାସୁଛି |ଦୀର୍ଘ ଏକମାସ ଧରି ଏହି ନଳା ପାଣି ରାସ୍ତାରେ ଭାସୁଥିବା ସ୍ଥାନୀୟ ଲୋକ କହିଛନ୍ତି |ସମ୍ପୃକ୍ତ ଗୃହ ମାଲିକ ଏକ ମାସ ପୂର୍ବେ ଏହି ନଳାକୁ ଭାଙ୍ଗି ଅସନା ପାଣି ରାସ୍ତାକୁ ଛାଡିଥିବା ସ୍ଥାନୀୟ ଲୋକ କହିଛନ୍ତି |ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଙ୍କ ପାଇଁ ଏବଂ ମହାପ୍ରଭୁ ଙ୍କ ଦର୍ଶନ ସାରି ବାବା ଲୋକନାଥ ଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତ ଙ୍କ ପାଇଁ ଲୋକନାଥ ରୋଡ଼ ପ୍ରମୁଖ ରାସ୍ତା ହୋଇଥିବାରୁ ଭକ୍ତମାନେ ଏବଂ ସ୍ଥାନୀୟ ବାସିନ୍ଦା ଏହି ନଳା ପାଇଁ ଦେଇ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଯାଉଛନ୍ତି ଯାହାକି ଗ୍ରହଣୀୟ ନୁହେଁ ସେଥିପାଇଁ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି |ପ୍ରଶାସନ ତରଫରୁ ଏହି ସମସ୍ୟା ର ତୁରନ୍ତ ସମାଧାନ କରାଯାଉ ବୋଲି ସ୍ଥାନୀୟ ବାସନ୍ଦା କହିଛନ୍ତି |
ପୁରୀ ଲୋକନାଥ ରୋଡ଼ ରେ ଭାସୁଛି ନଳା ପାଣି,
No Comments
December 16, 2025 2:18 pm

Previous Article
Next Article

ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିଶାଳ ଗଣ ଧାରଣା
ପୂର୍ବତନ ପ୍ରାଧ୍ୟାପକ ତଥା ଏନ୍ ସି ସି ମେଜର ବସନ୍ତ କୁମାର ନରେନ୍ଦ୍ରଙ୍କ ବିୟୋଗରେ ଶୋକ ସଭା ନିମାପଡ଼ା
Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





