Home / ମୁଖ୍ୟ ଖବର / ଘରର ଗ୍ରିଲ୍ ଓ କବାଟ ଭାଙ୍ଗି ଚୋରି ଅଭିଯୋଗ, ଯୁବକ ଗିରଫ୫ ହଜାର ଟଙ୍କା ଓ କଂସା ବାସନ ଉଦ୍ଧାର

ଘରର ଗ୍ରିଲ୍ ଓ କବାଟ ଭାଙ୍ଗି ଚୋରି ଅଭିଯୋଗ, ଯୁବକ ଗିରଫ୫ ହଜାର ଟଙ୍କା ଓ କଂସା ବାସନ ଉଦ୍ଧାର

ସତ୍ୟବାଦୀ- ୨୬ ଅକ୍ଟୋବର: ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅଞ୍ଚଳର ଦୁଗଲ ଗ୍ରାମରେ ଘରେ ପଶି ଟଙ୍କା ଓ କଂସା ବାସନ ଚୋରି କରିଥିବା ଅଭିଯୋଗରେ ପୁଲିସ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଦୁଗଲ ପ୍ରଧାନ ସାହିର କୁଳମଣି ଖଟେଇ ଓରଫ ଜଟିଆ ବୋଲି ଜଣାପଡ଼ିଛି। ପୁଲିସ ତାଙ୍କ ନିକଟରୁ ୫ ହଜାର ଟଙ୍କା ନଗଦ ଓ କିଛି କଂସା ବାସନ ଜବତ କରିଛି। ପରେ ତାଙ୍କୁ ସତ୍ୟବାଦୀ ଜେଏମ୍‌ଏଫ୍‌ସି ଅଦାଲତକୁ ପଠାଯାଇଛି।ପୁଲିସର ସୂଚନା ଅନୁସାରେ, ଅକ୍ଟୋବର ୨୧ ତାରିଖ ରାତିରେ ମଞ୍ଜୁ ଖଟେଇ ଓ ତାଙ୍କ ସ୍ୱାମୀ ବାବାଜୀ ଖଟେଇ ଡୁବୁଡୁବା ଗ୍ରାମରେ ଥିବା ନିଜ ବାପଘରକୁ ଯାଇଥିଲେ। ରାତି ପ୍ରାୟ ୨ଟା ସମୟରେ ମଞ୍ଜୁଙ୍କ ସାନ ଯାଆ ସଞ୍ଜୁ ଖଟେଇ ଫୋନ୍‌ କରି ଘରେ ଜଟିଆ ଆସି କବାଟ ବାଡ଼େଇବା ସହ ଗ୍ରିଲ୍‌ ଭାଙ୍ଗିଥିବା ଜଣାଇଥିଲେ।ରାତିରେ ଘରକୁ ଫେରିବା ସମ୍ଭବ ନହେବାରୁ ମଞ୍ଜୁ ଓ ତାଙ୍କ ସ୍ୱାମୀ ପରଦିନ ସକାଳ ପ୍ରାୟ ୫ଟାରେ ଘରେ ପହଞ୍ଚିଥିଲେ। ସେଠାରେ ଘରର ଗ୍ରିଲ୍‌ ଓ କବାଟ ଭଙ୍ଗାଯାଇଥିବା ସହ ଭିତରେ ଥିବା ଟ୍ରଙ୍କ ଭାଙ୍ଗିଥିବା ଦେଖିଥିଲେ। ଟ୍ରଙ୍କରେ ରଖାଯାଇଥିବା ୧୦୦ ଟଙ୍କିଆ ନୋଟ୍‌ରେ ମୋଟ ୫୦ ହଜାର ଟଙ୍କା ଏବଂ କଂସା ବାସନ ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗରେ ମଞ୍ଜୁ ଆହୁରି ଦର୍ଶାଇଥିଲେ ଯେ, ଘଟଣା ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।ଏହି ଅଭିଯୋଗ ଆଧାରରେ ସତ୍ୟବାଦୀ ଥାନାରେ କେସ୍‌ ନମ୍ବର ୪୧୭/୨୦୨୬ ରୁଜୁ କରାଯାଇଥିଲା। ପୁଲିସ ତଦନ୍ତ କରି କୁଳମଣିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ସାମଗ୍ରୀର କିଛି ଅଂଶ ଜବତ କରିଛି। ତଦନ୍ତ ସମୟରେ ଅଭିଯୁକ୍ତଙ୍କ ନାମ ପୂର୍ବରୁ ପିପିଲି ଥାନାରେ ରୁଜୁ ହୋଇଥିବା ଏକ ଏନ୍‌ଡିପିଏସ୍‌ ମାମଲା ସହ ଜଡ଼ିତ ଥିବା ନେଇ ପୁଲିସ ସୂଚନା ଦେଇଛି।ମାମଲାର ତଦନ୍ତ ଏଏସ୍‌ଆଇ ମହେଶ୍ୱର ଦାସ କରୁଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply