Home / ମୁଖ୍ୟ ଖବର / ସଫଳତାର ପ୍ରଦର୍ଶନ ପ୍ରଜ୍ଞାପନ ମେଢ

ସଫଳତାର ପ୍ରଦର୍ଶନ ପ୍ରଜ୍ଞାପନ ମେଢ

whatsapp image 2026 01 29 at 6.49.06 pm

ପୁରୀ ୨୯/୧ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ ଓ ବିକାଶ ସରକାରଙ୍କ ଲକ୍ଷ୍ୟ।ସେଥିପାଇଁ ବିବିଧ ଯୋଜନା ପ୍ରଣୟନ କରାଯାଏ।ଏହି ଯୋଜନା ଗୁଡିକ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ଓ ତାହାର ସୁଫଳ ପ୍ରଦାନ କରିବା ଏକ ପ୍ରକ୍ରିୟା।ଏହି ପ୍ରୟାସ ର ରୂପାୟନ ଓ ସଫଳତାର ପ୍ରଦର୍ଶନ ହେଉଛି ପ୍ରଜ୍ଞାପନ ମେଢ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ

image
image

ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପୁରୀ ପୌର ପାଳିକା,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସେମାନଙ୍କ ବିଭାଗର ସଫଳତା କୁ ପ୍ରଜ୍ଞାପନ ମେଢ ଆକାର ରେ ସୁନ୍ଦର ଭାବେ ସଜାଇ ପ୍ରଦର୍ଶନ କରାଇଥିଲେ।ଏହି ସଜ୍ଜିତ ପ୍ରଜ୍ଞାପନ ମେଢ ଗୁଡିକ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିଥିଲେ।ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଜ୍ଞାପନ ମେଢ ଗୁଡିକୁ ଦେଖି ଖୁସି ବ୍ୟକ୍ତ କରିଥିଲେ।କନ୍ୟା ସୁରକ୍ଷା ଓ ବାଲ୍ଯ ବିବାହ କୁ ବନ୍ଦ ଲକ୍ଷ୍ୟ ରେ ବାଳିକା ମାନଙ୍କ ଦ୍ଵାରା ଏକ ସାଇକେଲ ଶୋଭାଯାତ୍ରା ମଧ୍ୟ ପରେଡ ପଡିଆରେ ପ୍ରଦର୍ଶନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply