Home / ମୁଖ୍ୟ ଖବର / ଏନଡିସି ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ।

ଏନଡିସି ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ।

whatsapp image 2026 02 06 at 8.48.17 pm

ପୁରୀ ୬/୨ ଏନଡିସି ବା ନ୍ୟାସନାଲ ଡିଫେନ୍ସ କଲେଜ ର ୧୭ ଜଣିଆ ଟିମ ବିଶିଷ୍ଟ ଅଧିକାରୀ ମାନଙ୍କ ଏକ ସମୀକ୍ଷା ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକ ର ସମୀକ୍ଷା କରାଯାଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ବାଗତ ସହ ବିଭିନ୍ନ ଯୋଜନାରେ ଜିଲ୍ଲାର ସ୍ଥିତି ଓ କାର୍ଯ୍ୟ କାରିତା ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରଣୟନ ହେଉଥିବା କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡିକର ସଫଳ ରୂପାୟନ, ମାର୍ଗଦର୍ଶିକା ଆଧାର ରେ ହିତାଧିକାରୀ ଚୟନ, କାର୍ଯ୍ୟାନ୍ବୟନ, କ୍ଷେତ୍ର ପରିଦର୍ଶନ,ତଦାରଖ,ସମୀକ୍ଷା ଓ ମୂଲ୍ୟାଙ୍କନ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ବିଷଦ ଭାବେ ଏନଡିସି ଟିମ କୁ ଅବଗତ କରାଇଥିଲେ।ଟିମର ନେତୃତ୍ୱ ନେଉଥିବା ମେଜର ସି ପି ଶର୍ମା ଓ ଅନ୍ୟ ସଦସ୍ୟ ମାନେ ଯୋଜନା ଗୁଡିକ ର ରୂପରେଖ, କାର୍ଯ୍ୟ କାରିତା ଇତ୍ୟାଦି ସମ୍ପର୍କରେ ବିବିଧ ଜିଜ୍ଞାସା କରିଥିଲେ।ଜିଲ୍ଲାପାଳ ଶ୍ରୀ ପରିଡା ଓ ଜିଲ୍ଲାପାଳ ଙ୍କ ପରାମର୍ଶ କ୍ରମେ ସଂପୃକ୍ତ ବିଭାଗର ଅଧିକାରୀ ମାନେ ଏହି ଜିଜ୍ଞାସା ଗୁଡିକର ଉତ୍ତର ରଖିଥିଲେ।

whatsapp image 2026 02 06 at 8.48.19 pm
whatsapp image 2026 02 06 at 8.48.19 pm


ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ବ୍ୟାଙ୍କ ସମୂହ, ଜିଲ୍ଲା ସମାଜ କଲ୍ୟାଣ, ଜିଲ୍ଲା ମୁଖ୍ୟ କୃଷି,ପ୍ରାଣୀ ସମ୍ପଦ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପର୍ଯ୍ୟଟନ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଟିପିସିଓଡିଏଲ,ଗ୍ରାମ୍ୟ ଉନ୍ନୟନ, ଜିଲ୍ଲା ପରିଷଦ, ପୁରୀ ପୌର ପାଳିକା ଓ ୱ୍ବାଟକୋ ର ବିଭିନ୍ନ କାର୍ଯ୍ୟ କାରିତା ସମ୍ପର୍କରେ ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ ତଥ୍ୟ ଉପସ୍ଥାପନ କରିଥିଲେ।ଏହା ଉପରେ ସମୀକ୍ଷା କରି ଏନଡିସି ର ସଦସ୍ୟ ରାଜେଶ ୟତନ ଏନ,ବ୍ରଜେଶ କୁମାର ସିଂ, ବ୍ରିଗେଡିଏର ଆର ମିନହାସ,ବ୍ରିଗେଡିଏର ପି ଆର ଚୌହାନ, ବ୍ରିଗେଡିଏର ଭାରତ ଭୂଷଣ,ବ୍ରିଗେଡିଏର ସୁମିତ କାପୁର,ବ୍ରିଗେଡିଏର ଭି ସି ଏମ ମିତଲ,କର୍ଣ୍ଣେଲ କର୍ମା ଲିୱ୍ବାଙ୍ଗ,କର୍ଣ୍ଣେଲ ଜୀବନ କାର୍କି,କର୍ଣ୍ଣେଲ ଜବ ଖଣ୍ଡନବୟତ ଡାନ୍ଡୋଗଦର୍ଜ,କର୍ଣ୍ଣେଲ ହରହାନେସ ଖାନଭେଲୟାନ, ନିରଞ୍ଜନ ସିସି,ଏୟାର କମେଡ ଏସ ଭି ସିଦୋର,ଏୟାର କମେଡ ପ୍ରଶାନ୍ତ,ଏୟାର କମେଡ ଦୁଲ୍ଲୀପ,ଏୟାର କମେଡ ସନ୍ତୋଷ ହେସପଲ ପ୍ରମୁଖ ବିବିଧ ପ୍ରଶ୍ନ କରିଥିଲେ।ଜିଲ୍ଲାପାଳ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହାର ସନ୍ତୋଷ ଜନକ ଉତ୍ତର ପ୍ରଦାନ କରିଥିଲେ।ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।ଏନଡିସି ପକ୍ଷରୁ ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଜିଲ୍ଲାପାଳ ଏନଡିସି ର ମୁଖ୍ୟ ଓ ଅନ୍ୟ ସମସ୍ତ ସଦସ୍ୟ ଙ୍କୁ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଥିଲେ।ଏଥିରେ ନୋଡାଲ ଅଫିସର ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply