Home / ମୁଖ୍ୟ ଖବର / ବିଓବି ଭୁବନେଶ୍ବର କ୍ଷେତ୍ର ପକ୍ଷରୁ କାକଟପୁର ମା ମଙ୍ଗଳା ମନ୍ଦିରକୁ ପ୍ରଦାନ କରାଯାଇଥିବା ଏଲ୍‌ଇଡି ସ୍କ୍ରିନ୍ ଉଦ୍‌ଘାଟିତ

ବିଓବି ଭୁବନେଶ୍ବର କ୍ଷେତ୍ର ପକ୍ଷରୁ କାକଟପୁର ମା ମଙ୍ଗଳା ମନ୍ଦିରକୁ ପ୍ରଦାନ କରାଯାଇଥିବା ଏଲ୍‌ଇଡି ସ୍କ୍ରିନ୍ ଉଦ୍‌ଘାଟିତ

untitled 1

କାକଟପୁର ୭/୨/୨୦୨୬ – ( ତୁଷାର ଦୀକ୍ଷିତ ) ବ୍ୟାଙ୍କ ଅଫ୍ ବରୋଦା, ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ପୁରୀସ୍ଥିତ କାକଟପୁର ମା ମଙ୍ଗଳା
ମନ୍ଦିରରେ ପ୍ରଦାନ କରାଯାଇଥିବା ବ୍ୟାଙ୍କ ପ୍ରାୟୋଜିତ ଏଲ୍‌ ଇଡି ସ୍କ୍ରିନ୍‌ର ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ପରି ଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ଦେବଦତ୍ତ ଚାନ୍ଦ, ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟ ଏବଂ ଉପ-ମହାପ୍ର ବନ୍ଧକ ସତ୍ୟ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ମହାପ୍ରବନ୍ଧକ ଭି ଏମ୍ ଏନ୍ ଏସ୍ ସାଇବାବୁ ( କମ୍ପ୍ଲି ୟାନ୍ସ ଆଣ୍ଡ୍ ଆସ୍ୟୁରାନ୍ସ), ଉପ-ମହାପ୍ର ବନ୍ଧକ ଶରତ ପାଣିଗ୍ରାହୀ (ବିଜିନେସ୍ ଡେଭେଲପମେଣ୍ଟ), ସ‌ହାୟକ ମହାପ୍ରବନ୍ଧକ ତଥା ଉପ କ୍ଷେତ୍ରୀୟ ମୁଖ୍ୟ ରାଜୀବ କୁମାର ସିହ୍ନା, ମା ମଙ୍ଗଳା ଟ୍ରଷ୍ଟ ବୋର୍ଡ ର ମ୍ୟାନେଜମେଣ୍ଟ ଟ୍ରଷ୍ଟି ତଥା ତହସିଲଦାର ଅଙ୍କିତା ଅନିନ୍ଦିତା, ମା ମଙ୍ଗଳା ଟ୍ରଷ୍ଟ ବୋର୍ଡର ଏକ୍‌ଜିକ୍ୟୁଟି ଭ ଅଫିସର କୈଳାସ ଚନ୍ଦ୍ର ଦାଶ ଏବଂ କାକଟପୁର ବିଡିଓ ନାରାୟଣ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଡଃ. ଚାନ୍ଦ ଜନସାଧାରଣଙ୍କ ପ୍ରତି ବ୍ୟାଙ୍କର ପ୍ରତି ବଦ୍ଧତା ବିଷୟରେ ସୂଚନା ଦେଇଥିଲେ। ଏହି ଏଲ୍‌ଇଡି ସ୍କ୍ରିନ୍ ମାଧ୍ୟମରେ ଭକ୍ତମାନେ ମନ୍ଦିରର ଐତିହ୍ୟ ଓ ଦୈନନ୍ଦୀନ ରିତୀନୀତି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ବୋଲି ସେ କହିଥିଲେ। ବ୍ୟାଙ୍କ ତରଫରୁ ପେମେଣ୍ଟ ଗେଟୱେ ସିଷ୍ଟମକୁ ମଧ୍ଯ କାର୍ଯ୍ୟକାରୀ କରାଯାଇଥିଲା ଯାହା ଭକ୍ତମାନଙ୍କୁ ସୁବିଧାର ସହ ଅନ୍‌ଲାଇନ୍ ଦାନ କରିବାରେ ସାହାଯ୍ୟ କରିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply