ନୟାଗଡ, ତା -୧୨.୨.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ମାନଙ୍କ ପକ୍ଷରୁ ଡାକରା ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟ ନୟାଗଡ ରେ ସଂପୂର୍ଣ୍ଣ ଭାବରେ ପ୍ରଭାବ ପଡିଛି ବୋଲି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇଏନଟିୟୁସି, ସିଆଇଟିୟୁ, ଏଆଇଟିୟୁସି,ବୀମା, ରାଜ୍ୟ ଓ କେନ୍ଦ୍ରସରକାରୀ କର୍ମଚାରୀ ମାନଙ୍କର ସ୍ୱାଧୀନ ସଂଗଠନ ଓ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କର ୪ଟି ଲେବର କୋର୍ଡ ପ୍ରତ୍ୟାହାର, ଶ୍ରମିକ କର୍ମଚାରୀମାନଙ୍କର ୧୪ ଦଫା ଦାବୀ, ମହାତ୍ମାଗାନ୍ଧୀ ଜାତୀୟ ନିଯୁକ୍ତି ଯୋଜନାର ପରିବର୍ତ୍ତନ, ବିଦ୍ୟୁତବିଲ୍ ୨୦୨୫, ବିହନ ବିଲ ୨୦୨୫, ଶାନ୍ତିବିଲ ୨୦୨୫, ପେନସନ ବିଲ ଓ ବୀମା ନିଯୁକ୍ତି, ୧୦୦ ପ୍ରତିଶତ ପ୍ରତ୍ୟେକ୍ଷ, ବିଦେଶୀ ପୁଞ୍ଜି ଲଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ ଓ ଜିଏସ୍ଟି ଛାଡ, ସର୍ବନିମ୍ନ ମାସିକ ୨୬ ହଜାର ଟଙ୍କା ମଜୁରୀ, ପୁରୁଣା ପେନସନ୍ ସ୍କିମ୍ ପ୍ରଚଳନ ଓ ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା

ପ୍ରଭୃତି ଜନ ବିରୋଧି ନିତି ବିରୋଧରେ ସର୍ବଭାରତୀୟ ଧର୍ମଘଟରେ ସହ ସହ ଶ୍ରମିକ ସ୍ଲୋଗାନ ଦେଇ ନୟାଗଡ ଡାକବଙ୍ଗଳା ଠାରୁ ବାହାରି ସହର ପରିକ୍ରମା କରି, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, କୋଟ, ରାଷ୍ଟ୍ରାୟତ ବ୍ୟାଙ୍କ ପ୍ରାଇଭେଟ ବ୍ୟାଙ୍କ, 57ନମ୍ବର ଜାତୀୟ ରାଜପଥ, ଇନ୍ୟୁସରାନସ୍ କାର୍ଯ୍ୟାଳୟ , ରାଜ୍ୟ ସରକାର ଙ୍କ ତହସିଲ, ବ୍ଲକ, କୃଷି କାର୍ଯ୍ୟାଳୟ, ପୂର୍ତ୍ତ, ଲାଳସେଚନ , ଶ୍ରମ କାର୍ଯ୍ୟାଳୟ, ବିଦ୍ୟୁତ କାର୍ଯ୍ୟାଳୟ, ଦୋକାନ, ବଜାର, ପେଟ୍ରୋଲ ପମ୍ପ ସମ୍ମୁଖ ରେ ବିକ୍ଷୋଭ ପଦର୍ଶନ କରି ବନ୍ଦ କରିଥିଲେ l ଗୋଲେଇ ଛକ ଠାରେ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା ! ଏହି ଧର୍ମଘଟରେ ଶ୍ରମିକ ନେତା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ର ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ, ପବିତ୍ର ଇନ୍ଦ୍ରଜିତ, ଅମୀୟ ପଟ୍ଟନାୟକ, କଂଗ୍ରେସ ନେତା ହୁସେନ ଖାଁ, ମନୋଜ ସାହୁ, ମିର ଅବୁବକର ସିଦିକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଫକୀର ମଲ୍ଲ,ମୁନା ଖାଁ,ଶ୍ରୀକାନ୍ତ ପଟ୍ଟନାୟକ, ଭୁବନ ହାତୀ, ପ୍ରତୀକ ମହାପାତ୍ର, ପୁର୍ଣ ଚନ୍ଦ୍ର ସନ୍ଥ, ଅମିତ କୁମାର ସାହୁ, ବୁଦ୍ଧି ନାୟକ, ବାସୁଦେବ ମହାନ୍ତି, କୁଳମଣି ପୃଷ୍ଟି, ଆଶା ନେତ୍ରୀ ସରୋଜିନୀ ସାହୁ,ପ୍ରତିଭା ବେହେରା, ପାଚିକା ନେତ୍ରୀ ସାରସ ମାଝୀ, କୁନୀ ସାହୁ, ନାରୀ ନେତ୍ରୀ ଇତୀ ମାନସିଂହ ଏହି ଧର୍ମଘଟରେ ଯୋଗ ଦେଇ ଧର୍ମଘଟକୁ ସଫଳ କରିଛନ୍ତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କଂଗ୍ରେସ ଦଳ ପକ୍ଷରୁ ବନ୍ଦକୁ ନୟାଗଡ ଜନସାଧାରଣ ଓ ବ୍ୟବସାୟୀ, ଛାତ୍ର, ଯୁବକ ଓ ମହିଳା ଓ ବିିଭିନ୍ନ ଶ୍ରମିକ ସଂଗଠନ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି ।











