Home / ମୁଖ୍ୟ ଖବର / ଛତ୍ରପତି ଶିବାଜୀ ଜୟନ୍ତୀ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଛତ୍ରପତି ଶିବାଜୀ ଜୟନ୍ତୀ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

whatsapp image 2026 02 13 at 5.19.27 pm

ପୁରୀ ୧୩/୨ ଛତ୍ରପତି ଶିବାଜୀ ମହାରାଜ ରଥଯାତ୍ରା ଓ ଶିବାଜୀ ଜୟନ୍ତୀ ମହୋତ୍ସବ ଚଳିତ ବର୍ଷ ଓଡିଶା ରାଜ୍ୟ ପୁରୀ ରେ ଆୟୋଜିତ ହେବାକୁ ସ୍ଥିର ହୋଇଛି। ପୁରୀ ରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଏହାକୁ ଭବ୍ୟ ଓ ଶୃଙ୍ଖଳା ର ସହ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛି।ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ ଅଧ୍ୟକ୍ଷତା କରିବା ସହ ଏହି ମହୋତ୍ସବକୁ ସୁନ୍ଦର ଭାବେ ଆୟୋଜନ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଆୟୋଜକ ମାନଙ୍କ କାର୍ଯ୍ୟସୂଚୀ,

whatsapp image 2026 02 13 at 5.18.55 pm

ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।ଶିବାଜୀ ଜୟନ୍ତୀ ମହୋତ୍ସବର ରାଜ୍ୟ ସଂଯୋଜକ ସରୋଜ କୁମାର ଭୂୟାଁ ବିଷଦ ସୂଚନା ଦେଇ ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଭିନ୍ନ ଭିନ୍ନ ରାଜ୍ୟ ରେ ହୋଇଥାଏ ଓ ଚଳିତ ବର୍ଷ ଓଡିଶା ଭାଗରେ ପଡିଛି।ତେଣୁ ଏହାକୁ ସମସ୍ତଙ୍କ ଉଦ୍ୟମ ରେ ସଫଳ କରାଯିବ ବୋଲି ସେ କହିଥିଲେ।ଅନ୍ୟତମ ସଂଯୋଜକ ରମେଶ ହିରବେ ସମାରୋହରେ ସାମିଲ ଅତିଥି ଓ ବ୍ୟକ୍ତି ମାନେ ଚଳିତ ମାସ ୧୮ ତାରିଖରେ ପୁରୀ ରେ ପହଞ୍ଚିବେ ଓ ୧୯ ତାରିଖରେ ରେ ଏକ ସୁଦୃଶ୍ୟ ଶୋଭାଯାତ୍ରାରେ ଛତ୍ରପତି ମହାରାଜା ଙ୍କ ରଥ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇ,ଅରୁଣ ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା କରି ଅପରାହ୍ନ ରେ ଟାଉନ ହଲ ଠାରେ ପହଞ୍ଚିବ।ସମସ୍ତ ଅତିଥି ଓ ଶ୍ରଦ୍ଧାଳୁ ଟାଉନ ହଲ ଠାରେ ଏକତ୍ର ହେବେ।ଟାଉନ ହଲ ଠାରେ ମହୋତ୍ସବ ବୈଠକ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଥିଲେ।ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳା ରକ୍ଷା, ସ୍ବଛତା ରକ୍ଷା, ପାନୀୟ ଜଳ, ଅଗ୍ନି ଶମ ସେବା ବ୍ୟବସ୍ଥା ,ମନ୍ଦିର ନିକଟରେ ପୂଜାର୍ଚ୍ଚନା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ରାଜ୍ୟ କାର୍ଯ୍ୟ କାରୀ ସଭାପତି ନିବେଦିତା ନାୟକ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ବୈଠକରେ ଅତିରିକ୍ତ ଏସପି ଦେବୀ ପ୍ରସାଦ ପ୍ରତାପ,ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପୌର ସ୍ବାସ୍ଥ୍ୟ ଅଧିକାରୀ ଡା ଅଶୋକ କୁମାର ମିଶ୍ର ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply