Home / ମୁଖ୍ୟ ଖବର / ନୟାଗଡ଼ ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର  ଫାଇନାଲରେ- ୨-୦ ଗୋଲରେ ଢେଙ୍କାନାଳ ବିଜୟୀ।

ନୟାଗଡ଼ ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର  ଫାଇନାଲରେ- ୨-୦ ଗୋଲରେ ଢେଙ୍କାନାଳ ବିଜୟୀ।

whatsapp image 2026 02 15 at 7.13.22 pm

ନୟାଗଡ଼,ତା-୧୫.୨.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ-ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପପୁଲାର କ୍ଲବ ଢେଙ୍କାନାଳ ଓ ସାଣ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଜିଲ୍ଲା ପରିଷଦ ନୟାଗଡ଼ ,ସମ୍ମାନୀତ ଅତିଥି ଭାବେ ମନୋଜ ନାୟକ ସଭାପତି

image
image

(ନୟାଗଡ଼ ବସ ମାଲିକ ସଂଘ),ଶେଖ୍ ୟୁସୁଫ – ସଂପାଦକ (ନୟାଗଡ଼ ବସ୍ ମାଲିକ ସଂଘ),ପ୍ରକାଶ କୁମାର ସାହୁ (ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜ ସୁନାଖଳା) , ପ୍ରମୁଖ ଯୋଗ ଦେଇଥିଲେ। ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଲି ମାନଙ୍କ ସହ କର ମର୍ଦ୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଫାଇନାଲ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ସାନ କ୍ଲବ ଭୁବନେଶ୍ୱର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ଢେଙ୍କାନାଳ ପକ୍ଷରୁ ଗୋଟିଏ ଗୋଲ ସ୍କୋର ହୋଇ ଥିବା ବେଳେ ଖେଳର ଦିତୀୟାର୍ଦ୍ଧରେ ମଧ୍ୟ ଗୋଟିଏ ଗୋଲ ସ୍କୋର ହୋଇ ଥିଲା। ଫଳରେ ୨-୦ ଗୋଲରେ ଢେଙ୍କାନାଳ ଅଗ୍ରଣୀ ରହି ଥିଲା। ତେବେ ୨-୦ ଗୋଲରେ ଢେଙ୍କାନାଳ ବିଜୟୀ ହୋଇଛି । ୧୫ ନମ୍ବର ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଫାଇନାଲରେ ବିଜୟୀ ହୋଇ ଥିବା ଚମ୍ପିୟାନ ଖେଳାଳି ମାନଙ୍କୁ ସ୍ଵର୍ଣ୍ଣ ପଦକ ସହିତ ଟ୍ରଫି ଓ ୧୫୦୦୦ ଟଙ୍କା ପାଇ ଥିବା ବେଳେ ରନର ଅପ୍ ଟିମର ପ୍ରତି ଖେଳାଳି ମାନଙ୍କୁ ରୌପ୍ୟ ପଦକ ସହିତ ୧୦୦୦୦ ଟଙ୍କା ଦିଆ ଯାଇଥିଲା । ଏହି ମ୍ୟାଚର ମୁଖ୍ୟ ରେଫରୀ ମିର୍ଜା ସିରାଜୁଦ୍ଦିନ ବେଗ ସହିତ ଲକ୍ଷ୍ମୀଧର ଚୌଧୁରୀ ଓ ବୈକୁଣ୍ଠ ମହାପାତ୍ର ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରୀ ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ଭାବେ ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ ।
ଏହି ଅବସରରେ ଲଟେରୀ ଉଠାଣ ପାଇଁ କ୍ଲବ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଉପହାର ୨ ଗୋଟି ସାଇକେଲ ଥିଲା । ଦ୍ଵିତୀୟ ଉପହାର ଗ୍ରାଇଣ୍ଡର , ତୃତୀୟ ଉପହାର ହଟ୍ କେସ ଥିବା ବେଳେ ସାନ୍ତ୍ଵନା ମୂଳକ ଉପହାର ଭାବେ ଛତା ଦିଆ ଯାଇଥିଲା।
ଏହି ଫାଇନାଲ୍ ମ୍ୟାଚକୁ ଦେଖିବା ପାଇଁ  ହଜାର ହଜାର ଦର୍ଶକ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply