ପୁରୀ: ୧୭/୨/୨୦୨୬ – କାକଟପୁର ଥାନା ମାମଲା ନଂ– 44, ତାରିଖ 14.02.2026, ଧାରା– 137(2) BNS, 23 ସମ୍ବନ୍ଧୀୟ ଘଟଣାରେ ନିଖୋଜ ହୋଇଥିବା ଜଣେ ନାବାଳିକାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି । ତତ୍କ୍ଷଣାତ୍ କାର୍ଯ୍ୟ, ପଦକ୍ଷେପ ଓ ବିଶେଷ ତଦନ୍ତ ପରେ କାକଟପୁର ପୋଲିସ ୪୮ ଘଣ୍ଟା ମଧ୍ୟରେ ପୀଡିତାଙ୍କୁ ସୁରକ୍ଷିତ ଭାବେ ଗତକାଲି କେଉଁଝର ଜିଲ୍ଲା ରୁ ଉଦ୍ଧାର କରିଥିଲା । ଉକ୍ତ ନାବାଳିକା ଅପହରଣ ଘଟଣାରେ ଆଜି କାକଟପୁର ପୋଲିସ ଜଣେ ଆସାମୀ ଯାହାର ନାମ ପ୍ରଶାନ୍ତ ପାତ୍ର (22)ପିତା-ପ୍ରଫୁଲ୍ଲ ପାତ୍ର,ଗ୍ରାମ-କୁଣ୍ଢେଇପାଳ, ଥାନା-ହରିଚନ୍ଦନପୁର,ଜିଲ୍ଲା-କେଉଁଝର କୁ ଗିରଫ କରାଯାଇ ଜେଲ ହାଜତ କୁ ପଠାଇ ଦିଅ। ଯାଇଅଛି ।
ନିଖୋଜ ହୋଇଥିବା ଜଣେ ନାବାଳିକାଙ୍କୁ ସଫଳତାର ସହ ଉଦ୍ଧାର











