Home / ମୁଖ୍ୟ ଖବର / ପୁରୀ ସହର ଓ ସଦର ବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ହେଉ।

ପୁରୀ ସହର ଓ ସଦର ବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ହେଉ।

whatsapp image 2026 02 21 at 8.10.36 pm

ପୁରୀ ତା ୨୧/୦୨ ଶନିବାର ସ୍ଥାନୀୟ ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ସ୍ତମ୍ବକାର ହରିଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ପୁରୀ ସହର ଓ ସଦର ବାସିନ୍ଦା,ସମଜିକ କର୍ମି, ବୁଦ୍ଧିଜୀବୀଙ୍କୁ ନେଇ ଦିର୍ଘ ଦିନ ଧରି ଦାବି ହେଇ ଆସୁଥିବା ପୁରୀ ସହର ଓ ସଦର ବାସୀଙ୍କ ନାର୍ଯ୍ୟ ଅଧିକାର ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଆବାହକ ସ୍ୱାଧୀନ ପଣ୍ଡା ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ କୁ ନେଇ ରାଜ୍ୟ ସରକାର ,ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା କୁ ନେଇ ସମାଲୋଚନା କରିବା ସହ ଏ ଭଳି ବୈମାତୃକ ମନୋଭାବ କାଈ କରାଯାଉଛି କାର୍ତ୍ତିକ ମାସରେ ହାବିଶ୍ୟାଳି ଶିବିର ହେଉ ବା ବର୍ତ୍ତମାନ ଆରମ୍ଭ କରାଯାଇଥିବା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ରେ ସମସ୍ତ ଜିଲ୍ଲା ବାସିଙ୍କ ନିମନ୍ତେ ସୁ ବ୍ୟବସ୍ଥା କରୁଥିବା ସମୟରେ ପୁରୀ ସହର ଓ ସଦର ବାସୀ କାହିଁ ତାଙ୍କ ନାର୍ୟ୍ଯ ଅଧିକାରରୁ ବଞ୍ଚିତ ହେଉଛନ୍ତି। ମହାପ୍ରଭୂଙ୍କ ଦର୍ଶନ, ଶ୍ରୀମହାପ୍ରସାଦ ନିମନ୍ତେ ବା ଶ୍ରୀମନ୍ଦିର ମଧ୍ୟକୁ ଅନ୍ୟ କାର୍ଯ୍ୟ ପାଇଁ ଯିବା ନିମନ୍ତେ ଘଣ୍ଟା ଘଣ୍ଟା ଧରି ଲାଇନ ରେ ଯିବାକୁ ପଡୁଛି ବୟସ୍କ ମା ଟିଏ ମଧ୍ୟ ଦର୍ଶନରୁ ବଞ୍ଚିତ କାହିଁ ହେବେ l ସରକାର ଆମ ଦାବି ଗ୍ରହଣକରି ପୂର୍ବ ପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରହିବ।

ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ମତଦେଇଥିଲେ ଏହା ଆମ ନାର୍ଯ୍ୟ ଅଧିକାର ଏଥିରୁ ଆମକୁ କେହି ବଞ୍ଚିତ କରିପାରିବେ ନାହିଁ ପ୍ରଥମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦାବୀପତ୍ର ସହ ଆଲୋଚନା କରାଯାଉ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା। ସମାଜସେବୀ ଚକ୍ରଧର ମହାପାତ୍ର କହିଥିଲେ ପୂର୍ବରୁ ମୁଖ୍ୟ ପ୍ରଶାସକ ଗଣମାଧ୍ୟମ ରେ ବିବୃତି ଦେଇ କହିଥିଲେ ଜାନୁଆରୀ ମାସରେ ଶ୍ରୀମନ୍ଦିର ଗହଳି ରହିବ ଏହା ପରେ ପୁରୀ ବାସୀଙ୍କ ନିମନ୍ତେ ବ୍ୟବସ୍ଥା କରାଯିବ ଏବେ ଚୁପ୍ କାହିଁକି। ଗୋଟିଏ ନେତୃତ୍ଵ ରେ ଏକାଠି ହେବା ଓ ନିଷ୍ପତି ନେବା ଆମେ ସଫଳ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ। ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ର କହିଥିଲେ ପୁରୀ ଲୋକଙ୍କୁ ମୌଳିକ ଅଧିକାର କୁ ତଣ୍ଟିଚିପି ସରକାର ଓ ପ୍ରଶାସନ ଅବରୋଧ କରୁଛନ୍ତି ଆମ ଅଧିକାର ନମିଳିବା ପର୍ଯ୍ୟନ୍ତ ରିଲେ ଅନଶନରେ ବସିବା ଦରକାର୍ ପଡ଼ିଲେ ଶ୍ରୀମନ୍ଦିର ଭିତରକୁ 

 ହଜାର ହାଜର ସଂଖ୍ୟାରେ ଏକାଠି ହୋଇ ପଶିବା।

ବରିଷ୍ଠ ସାମ୍ବାଦିକ ଅକ୍ଷୟ ମିଶ୍ର କହିଥିଲେ ବାହାରୁ ଆସୁଥିବା ଭକ୍ତ ବା ପର୍ଯ୍ୟଟକ ସମୟ ନେଇ ଆସୁଛନ୍ତି ସେମାନେ ସମୟ ଦେଇ ପାରିବେ କିନ୍ତୁ ସ୍ଥାନୀୟ ବାସିନ୍ଦା ଅଳ୍ସ ସମୟ ମଧ୍ୟରେ ଦର୍ଶନ ହେଉ ଅବା ମହାପ୍ରସାଦ ନିମନ୍ତେ ଖୁବ କମ୍ ସମୟ ମଧ୍ୟରେ ଯାଇ ଆସୁଛନ୍ତି ତେଣୁ ସ୍ୱତନ୍ତ୍ର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଅନଶନ ସହ ଆନ୍ଦୋଳନ ଜାରି ରହିବ। ଆଗାମୀ ରଥଯାତ୍ରା ବୈଠକ ରେ ମନ୍ତ୍ରୀ ଅଧିକାରୀ ଙ୍କୁ ବିରୋଧ କରାଯିବ।ପୁରୀ ଜିଲ୍ଲା କିନ୍ନର ସଂଘ ସଭପତି ପ୍ରିୟାନ୍ସି ଦାସ କହିଥିଲେ ଆମ ଅଧିକାର ନ ମିଳିବା ପର୍ୟ୍ୟନ୍ତ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ କରାଯିବ ଦରକାର୍ ପଡ଼ିଲେ ସମଗ୍ର ଓଡିଶାର କିନ୍ନର ସଂଘ ଏକାଠି ହେବେ ପ୍ରତ୍ୟେକ ଲୋକ ମୂଖ୍ୟମନ୍ତ୍ରୀ ଙ୍କ ନିକଟକୁ ପୋଷ୍ଟ କାର୍ଡ ମାଧ୍ୟମରେ ଆମ ମୌଳିକ ଅଧିକାର ନିମନ୍ତେ ଚିଠି ଲେଖନ୍ତୁ। ମାଟିର ମଣିଷ ସଭାପତି ପ୍ରଶାନ୍ତ ପ୍ରଧାନ କହିଥିଲେ ସେ ବେଲଦଲ ପଞ୍ଚାୟତ ରୁ ଆସିଛନ୍ତି ଶ୍ରୀମନ୍ଦିରରେ ରୋଷେଇ ନିମନ୍ତେ ଝାଉ କାଠ ହେଉ ବା ମାଟି କୁଡିଆ ଏମିତି କି ପନିପରିବା ସହ ଧାନ ଚାଉଳ ଗ୍ରାମାଞ୍ଚଳ ରୁ ସଙ୍କୀର୍ତ୍ତନ ସେବା ମଧ୍ଯ ଅଛି ହେଲେ ଦର୍ଶନ ନିମନ୍ତେ କୌଣସି ସୁବ୍ୟବସ୍ଥା ନାହିଁ। ତେଣୁ ଦାବି ପୁରାଣ ନହେଲେ ଗ୍ରାମାଞ୍ଚଳରୁ ମଧ୍ଯ ହଜାର ହଜାର ସଂଖ୍ୟାରେ ଲୋକ ଆସି ଆନ୍ଦୋଳନରେ ଯୋଗ ଦେବେ।ଶିଶୁ ସମାଚାର ର ସଂପାଦକ ସୁକାନ୍ତ ପଣ୍ଡା କହିଥିଲେ ଅହିଂସା ହେଉ ବା ହିଂସା ହେଉ ଅଧିକାର ନ ମିଳିବା ପର୍ୟ୍ୟନ୍ତ ବିରୋଧ ଜାରି ରଖିବା ସହ vip କଲଚର୍ ବନ୍ଦ ହେଉ ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ଦିଆ ଯାଇଥିବା କାର୍ଡ କୁ ଦେଖାଇ ଚାରିଦ୍ୱାର ପଟେ ଛଡ଼ା ଯିବା ସହ ଲୋକଙ୍କୁ ଦୁର୍ବ୍ୟବହାର କରାନଯାଉ। ସମାଜିକ କର୍ମୀ ତନ୍ମୟ ଚାଟାର୍ଜୀ କହିଥିଲେ ପୂର୍ବପରି ଚିରୁକୁଟି ବ୍ୟବସ୍ଥା କରାଯାଉ। ମାନବାଧିକାର କର୍ମୀ ସୁମିତ୍ରା ବାରିକ୍ କହିଥିଲେ ସରକାର ନିର୍ବାଚନ ପ୍ରତିଶ୍ରୁତି ପରେ ଭୁଲି ଯାଉଛନ୍ତି। ପ୍ରଶାସନିକ ଅଧିକାରୀ କେବଳ vip ଙ୍କ ସେବରେ ଆମର ଅଧିକାର ନ ମିଳିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ପକ୍ଷରୁ ଅମରେନ୍ଦ୍ର ପାଇକରାୟ ମତ ଦେଇଥିଲେ ପଞ୍ଚାକୋଷି ଙ୍କୁ ନେଇ ଦର୍ଶନ ବ୍ୟବସ୍ଥା ହେଉ ସାଲିସ ବିହୀନ ହୋଇ ଆନ୍ଦୋଳନ ହେବ।ବରିଷ୍ଠ ସାମ୍ବାଦିକ ନାରାୟନ ଦାସ ମତ ଦେଇଥିଲେ ମନ୍ଦିର ନିକଟ ଦୋଳମଣ୍ଡପ ସାହି ହୋଇ ମଧ୍ଯ ଦୀର୍ଘ ବର୍ଷ ହେବ ମହାପ୍ରଭୂଙ୍କ ଦର୍ଶନ ବା କୌଣସି କାର୍ଯ୍ୟ ନିମନ୍ତେ ଲମ୍ବା ଲାଇନ ରେ ଠିଆ ହୋଇ ଯାଇ ପାରୁ ନାହାନ୍ତି। କିନ୍ତୁ ଆଖିଆଗରେ ଯିଏ ସେଠାର ଉପସ୍ଥିତ ଥିବା ଅଧିକାରୀ ବା କାର୍ମଚାରୀଙ୍କୁ ଟଙ୍କା ବଢେଇ ଦେଉଛନ୍ତି ସେ vip ଦର୍ଶନ କରି ଆସୁଛି। ଶ୍ରୀଜଗନ୍ନାଥ ଭକ୍ତ ପାରିଷଦ ସୂର୍ଯ୍ୟ ନାରାୟଣ ରଥ ମତ ଦେଇଥିଲେ ପୁରୀ ବାସୀ ନିର୍ଯାତିତ ପ୍ରଶାସନ କେବଳ vip, ରାଜନେତା ଙ୍କ ଚର୍ଚ୍ଚାରେ। ମୋଟା ଅଙ୍କର ରୋଜଗାରର ବାଟ ପାଲଟିଛି ଶ୍ରୀମନ୍ଦିର। ଆନ୍ଦୋଳନ ବାରମ୍ବାର ହେବ। ସ୍ଥାନୀୟ ବିଧାୟକ ଓ ସାଂସଦ କେବଳ ବିଧାନସଭା ଓ ଲୋକସଭାରେ ପ୍ରଶ୍ନ ପଚାରି ବସିପଡିଲେ ହେବ ନାହିଁ ଏଠାକୁ ଆସ ଆମ ସହ ବସ ଆନ୍ଦୋଳନ କର ଦେଖିବା କିପରି ହେବନି। ପ୍ରଥମେ ଧାରାରେ ଯିବା ସରକାର ଓ ପ୍ରଶାସନ ନ ଶୁଣିଲେ ଆଇନି ଅମାନ୍ୟ କରିବା। ସମସ୍ତ ଆଲୋଚନାର ପରେ ସ୍ତମ୍ବକାର ହରିଶଙ୍କର ମିଶ୍ର କହିଥିଲେ ପ୍ରଥମେ ମୂଖ୍ୟ ପ୍ରଶାସକ ଙ୍କୁ ଭେଟି ପ୍ରସ୍ତାବ ଦେବା ପରେ ଅହିଂସା ହେଉ ବା ହିଂସାତ୍ମକ ଆମ ନାର୍ଯ୍ୟ ଅଧିକର ନିମନ୍ତେ ସଂଗ୍ରାମ ଜାରି ରହିବ।

ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ଚରଣ ଦାସ, ଉର୍ଯାବନ ଓଡିଶା ସଭାପତି ସନ୍ତୋଷ ସେନାପତି, ଦେବରାଜ ଦାସ,ବନିତା ଦୀକ୍ଷିତ, ଗୌରୀ ସାହୁ, ପ୍ରମୋଦ ପଟ୍ଟନାୟକ, ବର୍ଷା ଦାସ,ବସନ୍ତ ଲେଙ୍କା, ସତ୍ୟ ନାରାୟନ ସାହୁ, ରିମଝିମ୍ ଦାଶ, ମୋନିକା ପାଟିଲ, ସମ୍ପୂର୍ଣ୍ଣ ପ୍ରଧାନ, ଜୁପିଟର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply