Home / ମୁଖ୍ୟ ଖବର / ପଟ୍ଟଚିତ୍ର ସଚେତନତା କର୍ମଶାଳା ଓ ପ୍ରଦର୍ଶନୀ ଉଦଯାପିତ

ପଟ୍ଟଚିତ୍ର ସଚେତନତା କର୍ମଶାଳା ଓ ପ୍ରଦର୍ଶନୀ ଉଦଯାପିତ

whatsapp image 2026 02 28 at 8.49.10 pm

ପୁରୀ ତା ୨୮/୨/୨୦୨୬ – ଭାରତ ସରକାରଙ୍କ ବିକାଶ ଆୟୁକ୍ତ ହସ୍ତଶିଳ୍ପ ବିଭାଗ ପ୍ରାୟୋଜିତ ଏବଂ ହସ୍ତଶିଳ୍ପ ପଟ୍ଟଚିତ୍ର ଉତ୍ପାଦକ କମ୍ପାନୀ ଲିମିଟେଡ୍,ଐତିହ୍ୟଗ୍ରାମ ରଘୁରାଜପୁର ପକ୍ଷରୁ ପଟ୍ଟଚିତ୍ର କୁ ନେଇ ଚାଲିଥିବା ତ୍ରିଦିବସୀୟ ସଚେତନତା କର୍ମଶାଳା ଓ ପ୍ରଦର୍ଶନୀ ସ୍ଥାନୀୟ ନୀଳାଚଳ ଅର୍ବାନ ହାଟ ପରିସରରେ ଆଜି ଉଦଯାପିତ ହୋଇଯାଇଛି I ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ବିଶ୍ଵନାଥ ସ୍ଵାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ସଂଯୁକ୍ତା ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ I ଅତିଥିଭାବେ ରାଷ୍ଟ୍ରପତି

image
image

ପୁରସ୍କାରପ୍ରାପ୍ତ ସ୍ଥପତି ଲିଙ୍ଗରାଜ ମହାରଣା, ଜାତୀୟ ପୁରସ୍କାର ଲାଭ କରିଥିବା ପଟ୍ଟଚିତ୍ର ଶିଳ୍ପୀ ସୁକାନ୍ତି ସ୍ଵାଇଁ ,ଭାରତ ସରକାରଙ୍କ ହସ୍ତଶିଳ୍ପ ପ୍ରବନ୍ଧନ ଅଧିକାରୀ ବୀର ଭରତ ମାରାଣ୍ଡି ,ଜାତୀୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ ଶରତ କୁମାର ପ୍ରଧାନ, ଜାତୀୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ ବିଭୁ ମହାରଣା, ବରିଷ୍ଠ କଂସା ପିତ୍ତଳ ହସ୍ତଶିଳ୍ପୀ ବୈଷ୍ଣବ ମହାରଣା,ବରିଷ୍ଠ ଶିଳ୍ପୀ ପରୀକ୍ଷିତ ମହାରଣା, ମାଗୁଣି ମହାପାତ୍ର ,ଶିକ୍ଷାବିତ୍ ଭଗବାନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ପଟ୍ଟଚିତ୍ର ର ଅତୀତ ,ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ I ଅନୁଷ୍ଠାନର ଉପଦେଷ୍ଟା ଡକ୍ଟର ବିପିନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I
ଏହି ଅବସରରେ ପୁରୀସଦର ବ୍ଲକରୁ ଯୋଗଦେଇଥିବା କୋଡ଼ିଏ ଜଣ ଅଂଶଗ୍ରହଣକାରୀ ଶିଳ୍ପୀଙ୍କର ଚିତ୍ର ପ୍ରଦର୍ଶିତ ହେବା ସହ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I ଗୁରୁ ଗଙ୍ଗାଧର ଚାରିଟେବୁଲ ଟ୍ରଷ୍ଟ ର କଳାକାର ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମରେ କଳାକାର ଓ କଳାପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ I

SPREAD YOUR LOVE WITH YOUR FRIENDS AND FAMILY

Leave a Reply