Home / ମୁଖ୍ୟ ଖବର / ପୁରୀ ବାଲାଜୀ ମନ୍ଦିରରେ ମାଗଣା ବ୍ରତୋପନୟନ,2 ରାଜ୍ୟର 7 ଜଣ ହେଲେ ବ୍ରହ୍ମଚାରୀ,

ପୁରୀ ବାଲାଜୀ ମନ୍ଦିରରେ ମାଗଣା ବ୍ରତୋପନୟନ,2 ରାଜ୍ୟର 7 ଜଣ ହେଲେ ବ୍ରହ୍ମଚାରୀ,

whatsapp image 2026 03 16 at 7.46.42 pm

ପୁରୀ ୧୬/୩/୨୦୨୬ : ପୁରୀ ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବୈଦିକ ରୀତିନୀତିରେ  ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନ ପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଶ୍ରୀ ଇନ୍ଦିରା ରମଣ  ରାମାନୁଜ

image
image

ଦାସଜୀ  ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତୋପନୟନରେ ବିହାର,ଓଡିଶା ରାଜ୍ୟର ସମ୍ବଲପୁର, କଟକ, ଖୋର୍ଦ୍ଧା, , ଢେଙ୍କାନାଳ,ଭଦ୍ରକ, ଅନୁଗୁଳ ଜିଲ୍ଲାର  7 ଜଣ ବ୍ରାହ୍ମଣ ବାଳକ ପରମ୍ପରା ଓ ରୀତିନୀତି ଅନୁସାରେ ବ୍ରହ୍ମଚାରୀ ହୋଇଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା  ଜିୟର ସ୍ୱାମୀ ମଠର ସନ୍ଥ ସୁଦର୍ଶନ ରାମାନୁଜ ଦାସ ଜୀ ମହାରାଜ ପ୍ରତ୍ୟେକ୍ଷ ପରିଚାଳନା କରିବା ସହିତ ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସଜୀ

image
image

ସମସ୍ତ ବ୍ରହ୍ମଚାରୀଙ୍କୁ ଦୀକ୍ଷା ପ୍ରଦାନ କରିଥିବାବେଳେ ବିଜେପି ନେତ୍ରୀ ରଞ୍ଜିତା ପାଢ଼ୀ ସଦସ୍ୟ ତଥା କଟକୀ ମଠର ମହନ୍ତ ଡ଼ ବିଜୟ ନାରାୟଣ ରାମାନୁଜ ଦାସ, ସୁରେଶ ଶର୍ମା, ରମେଶ ଶର୍ମା, କମଳ ଟିବରୱାଲ, ବିଷ୍ଣୁ ଜୋଶୀଜୀ ସହଯୋଗ କରିଥିଲେ। ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ୭ ଜଣ ବ୍ରହ୍ମଚାରୀ ବାଲାଜୀ ମନ୍ଦିର ଦର୍ଶନ କରିବା ସହିତ ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତ ମାନଙ୍କ ସହ  ସାମୁହିକ ପ୍ରସାଦ ସେବନ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply