କାକଟପୁର ତା ୨୦/୩, ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଶୁକପାଖରୀ ସତ୍ୟନାରାୟଣ ବିଦ୍ୟାପୀଠର ୨୦୦୨ ମସିହା ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସୁଧୀର, ଧନଞ୍ଜୟ, ମୋହନ ଏବଂ କାର୍ତ୍ତିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ ରାମଚଣ୍ଡୀ ଙ୍କ ପୀଠରେ ଏକ ଭବ୍ୟ ଓ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରିବାର

ସହିତ ଯୋଗଦେଇ ଭାବ ଆଦାନ ପ୍ରଦାନ କରି ଅନେକ ଖୁସି ସାଉଁଟିଥିବାବେଳେ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ସାଙ୍ଗକୁ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାପାଇଁ ଶପଥ ନେଇଥିଲେ l ଅତୀତର ସ୍କୁଲ ଜୀବନର ସ୍ମୃତିକୁ ମନେ ପକାଇବା ସହିତ ଦିବଂଗତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରି ସମସ୍ତ ଛାତ୍ରଛାତ୍ରୀ ମାନେ ବେଶ ଭାବବିହ୍ଵଳ ହୋଇଥିଲେ
l ଏହି କାର୍ଯ୍ୟକ୍ରମକୁ ଅଶୋକ, ମାଗୁ, , ଲୁନିପ୍ରିୟା, ଭାଗ୍ୟବତୀ, ବନିତା, ରାଲି, ଲଷ୍ମୀପ୍ରିୟା, ଅନିତା, ଜ୍ୟୋତିର୍ମୟୀ ପ୍ରମୁଖ ପରିଚାଳନା କରିଥିଲେ l ଶେଷରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ମାନଙ୍କ ନିମନ୍ତେ ଏକ ନୈଶ୍ୟ ଭୋଜିର ଆୟୋଜନ ହୋଇଥିଲା l











