Home / ମୁଖ୍ୟ ଖବର / ମା ମଙ୍ଗଳା ଙ୍କ ଚତୁର୍ଥ ପାଳି ଯାତ୍ରା ଶେଷ, ଦିନରେ ପାଟୁଆ ରାତିରେ କାଳିକା ନୃତ୍ୟ ଦେଖି ଭକ୍ତ ବିମୋହିତ।

ମା ମଙ୍ଗଳା ଙ୍କ ଚତୁର୍ଥ ପାଳି ଯାତ୍ରା ଶେଷ, ଦିନରେ ପାଟୁଆ ରାତିରେ କାଳିକା ନୃତ୍ୟ ଦେଖି ଭକ୍ତ ବିମୋହିତ।

କାକଟପୁର 31/3(ତୁଷାର ଦୀକ୍ଷିତ )-:କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ର ଚୈତ୍ର ପର୍ବ ର ଆଜି ଥିଲା ଚତୁର୍ଥ ପାଳି ଯାତ୍ରା. ରାତି ଦୁଇ ଘଟିକା ଠାରୁ ଦ୍ୱାର ଫିଟା ମଙ୍ଗଳ ଆଳତି, ସ୍ନାନ ମାର୍ଜନା କରାଯାଇ ମା ଙ୍କୁ ଚନ୍ଦନ ବେଶରେ ସଜିତ କରାଯାଇଥିଲା. ପରେ ବଲ୍ଲଭ ସକାଳଧୂପ ଶେଷ ପରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ପହୁଡ ଖୋଲିଥିଲା. ଉତ୍ତର ଦ୍ୱାର ପଟୁ ବ୍ୟାରିକେଟ ରେ ଯାଇ ଭକ୍ତ ଶ୍ରଦ୍ଧାଳୁ ମାନେ ମା ମଙ୍ଗଳା ଙ୍କୁ ଦର୍ଶନ ଓ ପୂଜା ଅର୍ଚନା କରିଥିଲେ. ଦିନ ଗୋଟାଏ ବେଳକୁ ଝଙ୍କଡ଼ ରୁ ଆସିଥିବା ପାଟୁଆ ମାନେ ପ୍ରାଚୀ ନଦୀ ରୁ ଜଳ ତୋଳି ମନ୍ଦିର ବେଢାରେ ଓ ସମ୍ମୁଖରେ ଘଣ୍ଟ ବାଦ୍ୟ ର ତାଳେ ତାଳେ ପାଟୁଆ ନୃତ୍ୟ କରିଥିଲେ. ଏହି ନୃତ୍ୟ ଦେଖିବାକୁ ଭକ୍ତ ମାନେ ଭିଡ ଲଗାଇଥିଲେ l ଏହି ପାଟୁଆ ମାନେ ମା ଙ୍କର କାଳିସୀ ସଦୃଶ. ଏମାନେ ଗ୍ରାମକୁ ଗ୍ରାମ ବୁଲି ମା ଙ୍କ ମହିମା ବର୍ଷ ତମାମ ପ୍ରଚାର କରି ଥାନ୍ତିl ଦିନ4ଘଟିକା ରେ ଦୁଇପହର ଧୂପ, ଭଣ୍ଡ ନୀତି ସମାପନ ପରେ ସନ୍ଧ୍ୟା ରେ ସନ୍ଧ୍ୟା ଆଳତି କରାଯାଇ ପୁନଃ ସ୍ନାନ ମାର୍ଜନା କରାଯାଇ ବେଶ କରାଯାଏ l ବେଶ ପୂର୍ବରୁ ମନ୍ଦିର ପ୍ରଥା ପରମ୍ପରା ଅନୁଯାୟୀ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ. ମା ଙ୍କ ର ଜନୈକ ଖମାରେଇ ସେବକ ଦିନ ରେ ଉପବାସ ରେ ରହି ନିଜକୁ କାଳୀ ବେଶରେ ସଜିତ କରି ମନ୍ଦିର ଭିତରେ ଓ ଗ୍ରାମ ଦାଣ୍ଡରେ ନୃତ୍ୟ କରିଥାଏ ଏହି କାଳିକା ନୃତ୍ୟ ଦେଖି ବାକୁ ଭକ୍ତ ମାନେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ମନ୍ଦିର ରେ ଭିଡ ଜମାଇ ଥିଲେ. ମାଙ୍କର ଏହି ଚୈତ୍ର ପର୍ବ କୁ ଦିନରେ ପାଟୁଆ ରାତିରେ କାଳିକା ନୃତ୍ୟ ଦେଖି ଭକ୍ତ ବିମୋହିତ ହୋଇପଡ଼ିଥିଲେl ଆଜି ଦିନ ତମାମ ପଚାଶ ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା l ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ରେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା l କାକଟପୁର ଆଇଆଇସି ବସନ୍ତ ସାହୁ, ଡ଼ିଏସପି ଜନାର୍ଦନ ପାଢ଼ୀ ଉପସ୍ଥିତ ରହି ଭିଡ ନିଅନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା. ଆସନ୍ତା ମଙ୍ଗଳ ବାର ଝାମୁଯାତ୍ରl ଅନୁଷ୍ଠିତ ହେବ ବୋଲି ମନ୍ଦିର ଟ୍ରଷ୍ଟି ଅଙ୍କିତା ଅନନ୍ଦିତା ସୂଚନା ଦେଇଛନ୍ତି,

SPREAD YOUR LOVE WITH YOUR FRIENDS AND FAMILY

Leave a Reply