Home / ମୁଖ୍ୟ ଖବର / ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ପାଳିତ

ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ପାଳିତ

ପୁରୀ:୧/୪/୨୦୨୬ – ତା-୩୧/୩/୨୦୨୬ ମଙ୍ଗଳବାର ଦ ବେଲ୍ ପୁରୀ ଜିଲ୍ଲା କିନ୍ନର ସଂଘ, ସାଥୀ ଏବଂ ନିଡ୍‌ ଆଣ୍ଡ ହେଲ୍‌ପ ଫାଉଣ୍ଡେଶନ ମିଳିତ ସହଯୋଗରେ ଆୟୋଜିତ ଦିନିକିଆ କର୍ମଶାଳାରେ ଟ୍ରାନ୍ସଜେଣ୍ଡରମାନେ ସେମାନଙ୍କ ଅଧିକାର ସୁରକ୍ଷା ଆଇନ କିଭଳି ତାଙ୍କ ସମ୍ପ୍ରଦାୟକୁ ପଛକୁ ଟାଣିବ ତା’ ଉପରେ ଚର୍ଚ୍ଚା କରି ଆଇନରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଦାବି କରିଥିଲେ।

ଦି ବେଲ୍‌ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ନମିତା ଚାନ୍ଦ ନାୟକ , ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ଭାବେ ଯୋଗଦେଇ ଥିଲେ। ଟ୍ରାନ୍ସଜେଣ୍ଡର ପ୍ରିୟା ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ ଥିଲେ।

ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ କାମ କରୁଥିବା ଅନୁଷ୍ଠାନ ‘ସାଥୀ’ର ନିର୍ଦ୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକ ଟ୍ରାନ୍ସଜେଣ୍ଡର ଅଧିକାର ସୁରକ୍ଷା ଆଇନ ୨୦୧୯ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ବର୍ତ୍ତମାନର ଟ୍ରାନ୍ସଜେଣ୍ଡର ଅଧିକାର ସୁରକ୍ଷା ଆଇନ କିଭଳି ଏମାନଙ୍କ ପ୍ରଗତିରେ ବାଧକ ସାଜିବ ସେ ସମ୍ପର୍କରେ ପାୱାର ପ୍ରେଜେଣ୍ଟେଶନ ମାଧ୍ୟମରେ ବୁଝାଇଥିଲେ। ପୁରୀ ଜିଲ୍ଲା କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶୀ ଦାସ ଆଇନରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଯଦି ସେମାନଙ୍କ ଦାବି ସରକାର ନ ଶୁଣନ୍ତି ତେବେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଏହି ଅବସରରେ ଟ୍ରାନ୍ସ ମେନଙ୍କ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦକ, ସଭାପତି, ଟ୍ରାନ୍ସଜେଣ୍ଡର ସମ୍ପ୍ରଦୟ ପାଇଁ କାମ କରୁଥିବା ଟ୍ରାନ୍ସ ଲିଡର ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply