ପୁରୀ- ୧୦/୪- (ପୁରୀ) ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ଦ୍ୱାରା ଆୟୋଜିତ ସପ୍ତମ ୧୯ ବର୍ଷରୁ କମ୍ ଯୁବ ବାଳକ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ୨୦୨୬ ରେ ଭାଗ ନେବା ପାଇଁ ରାଜ୍ୟ ଦଳରେ ପୁରୀ ଜିଲ୍ଲାର ୭ ଜଣ ମୁଷ୍ଟିଯୋଦ୍ଧା ସ୍ଥାନିତ ହୋଇଛନ୍ତି। ଆଜି ରାତ୍ରରେ ଖେଳାଳି ମାନେ ରେଳଯାତ୍ରା ଆରମ୍ଭ କରିଛନ୍ତି।

ଆସନ୍ତା ଏପ୍ରିଲ ୧୨ ରୁ ୧୯ ତାରିଖ ତାରିଖ ପ୍ରଯନ୍ତ ଆସାମ ର ଗୌହାଟୀ ସ୍ଥିତ ଦଂ ବୋସ୍କୋ ବିଶ୍ୱବିଦ୍ୟାଳୟ ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୁରୀରୁ ସାମିଲ ହୋଇଥିବା ବାଳକ ଖେଳାଳି ମାନେ ହେଲେ
ପ୍ରକାଶ ବାନାର୍ଜୀ (୪7-୫୦ କେଜି),
ଲୋକନାଥ ବେହେରା ( ୫୦-୫୫କେଜି),
ବି ପ୍ରବୀଣ ରାଓ (୫୫-୬୦ କେଜି),
ଅଂଶୁ ନାୟକ (୬୦-୬୫ କେଜି),
ବସନ୍ତ କୁମାର ବେଜ( ୬୫-୭୦ କେଜି),
ବିଶ୍ୱଜିତ ରାୟ (୭୦-୭୫)
ଓ ବାଳିକା ରେ ପ୍ରବୀଣ ବେହେରା (୪୮-୫୧ କେଜି) ବର୍ଗର
ଏହି ସମସ୍ତ ଖେଳାଳି ପୁରୀ ବକ୍ସିଂ ଏକାଡେମୀର ଛାତ୍ରଛତ୍ରୀ ଅଟନ୍ତି।
ଗତ ମାର୍ଚ୍ଚ ୨୫ ଓ ୨୬ ତାରିଖ ରେ ରାଉଲକେଲା ଠାରେ ରାଜ୍ୟ ଦଳ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ସେଥିରେ ଉକ୍ତ ଖେଳାଳି ମାନେ ଉଚ୍ଚତର ଖେଳ କୌଶଳ ପଦର୍ଶନ କରି ରାଜ୍ୟ ଦଳରେ ସ୍ଥାନିତ ହୋଇଛନ୍ତି।
ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ଅଲମ୍ପିକ ସଙ୍ଘ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ରାମ ଦାସ ମହାପାତ୍ର,ଅନୀଲ ଗୋଚ୍ଛିକାର,ସାହୁ, ସମାଜସେବୀ ସନ୍ତୋଷ ମିଶ୍ର, ସଙ୍ଗଠିକା ସ୍ମିତାଞ୍ଜଳି ପତି, , ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ବିଶ୍ୱଭୂଷଣ ପଣ୍ଡା, ସଞ୍ଜୟ କୁମାର ଅଗ୍ରୱାଲ, ପ୍ରଦୀପ ଦାସ, ଓ ପୁରୀ ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ପ୍ରମୁଖ ଖେଳାଳିଙ୍କ ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି।











