କାକଟପୁର ( ତୁଷାର ଦୀକ୍ଷିତ ) -୧୩/୦୪ ପୁରୀ ଜିଲ୍ଲା କାକଟପୁର ବ୍ଳକ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରଆଜି ଅନୁଷ୍ଠିତ ହୋଇଯାଇଛି l ମୋଟ ୩୮ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଗୁଡିକର ଶୁଣାଣି କରାଯାଇଅଛି। କାକଟପୁର ବ୍ଳକର ୧୬ଗୋଟି ପଞ୍ଚାୟତ ଥିବାବେଳେ ଏତେ କମ୍ ସଂଖ୍ୟକ ଅଭିଯୋଗ

ଆସିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଜନଶୁଣାଣୀ ଶିବିର ଉପରେ ସାଧାରଣ ଲୋକଙ୍କ ଆସ୍ଥା ତୁଟି ଯାଉ ଥିବାରୁ ଏଭଳି ଅବସ୍ଥା କେତେକ ପ୍ରମୁଖ କାରଣ ବୋଲି କହୁଥିବା ବେଳେ ଆଉ କେତେକ ପ୍ରଚାର ପ୍ରସାର ଅଭାବରୁ ଗ୍ରାମାଞ୍ଚଳର ସାଧାରଣ ଲୋକମାନେ ଆଜିର ଅନୁଷ୍ଠିତ ଶିବିର ବାବତରେ ଜାଣିନଥିବା ପ୍ରକାଶ କରିଛନ୍ତି।ଯଦିଓ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା, କିନ୍ତୁ ବାସ୍ତବରେ ଜିଲ୍ଲାପାଳ ଅନୁପସ୍ଥିତ ଏବଂ ଜିଲ୍ଲାର ପ୍ରାୟ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଶିବିର ପ୍ରତି ସାଧାରଣ ଜନତା ମୁଁହ ମୋଡ଼ୁଥିବା ଦେଖାଯାଇଛି।ଏ ଡି ଏମ ଶରତ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶିବିରରେ ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ,କାକଟପୁର ତହସିଲଦାରଅଙ୍କିତା ଅନିନ୍ଦିତା , ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ଏସ ଡି ପି ଓଜନାର୍ଦନ ପାଢ଼ୀ , ଆଇଆଇସି ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।ଅଳ୍ପ ସଂଖ୍ୟକ ଅଭିଯୋଗ ଆସିଥିବା ସଂପର୍କରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦୀକ୍ଷିତ କୁହନ୍ତି ଯେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଉଥିବାର ଆମେ ପ୍ରତି ସରପଞ୍ଚଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇଥିଲୁ। ମୁଁ ମୋ ତରଫରୁ ପ୍ରତିଦିନ ଆସୁଥିବା ଅଭିଯୋଗ ଗୁଡିକର ସମାଧାନ କରିଥିବାରୁ ଆଉ ବିଶେଷ ଅଭିଯୋଗ ଏହି ଶିବିରକୁ ଆସି ପାରିନାହିଁ. ମାତ୍ର ଏହା ମନଗଢା ବୋଲି କେତେକ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି











