Home / ମୁଖ୍ୟ ଖବର / ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ “ଶିକ୍ଷାନବିଶ” କାର୍ଯ୍ୟକ୍ରମ ଆରମ୍ଭ ।

ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ “ଶିକ୍ଷାନବିଶ” କାର୍ଯ୍ୟକ୍ରମ ଆରମ୍ଭ ।

ନୟାଗଡ଼,ତା-୨୧.୪.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଓ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ର ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି ଶିକ୍ଷାନବିଶ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାରେ ସୃଜନ ଓ ବ୍ୟାକରଣ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଆଧାରିତ ଏହି ଶିକ୍ଷାନବିଶ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସ୍ମିତାରାଣୀ ରାଉତରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ବିଭାଗୀୟ ମୁଖ୍ୟ ବିକେଶ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅତିଥି ଭାବେ ଇଂରାଜୀ ବିଭାଗର

ବିଭାଗୀୟ ମୁଖ୍ୟ କୃଷ୍ଣାକୁମାରୀ ଦାସ , ବିଶିଷ୍ଟ ସାହିତ୍ୟିକା ବସିରନ ବିବି ଓ ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ଶିକ୍ଷାନବିଶ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ କେବଳ ପ୍ରଶିକ୍ଷଣ ମାତ୍ର ନୁହେଁ ବଂର ଜୀବନର ପ୍ରାୟୋଗିକ ଶିକ୍ଷାର ଏକ ଦୃଢ ସ୍ଥିତି। ଏଥିରେ ଛାତ୍ର ଛାତ୍ରୀମାନେ ପୁସ୍ତକୀୟ ଜ୍ଞାନ ସହ ବାସ୍ତବ ଜୀବନରେ ଶିକ୍ଷାର ପ୍ରୟୋଗ ଉପରେ ଜ୍ଞାନ ପ୍ରାପ୍ତ କରିଥାନ୍ତି। ଭାଷା, ସାହିତ୍ୟ ଦୃଷ୍ଟିକୋଣରୁ ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ କାରଣ ଏହା ସେମାନଙ୍କ ମାତୃଭାଷା ସହ ନିବିଡତା ସୃଷ୍ଟି କରି ସେମାନଙ୍କ ସୃଜନଶୀଳତାକୁ ଉନ୍ନତ କରେ ବୋଲି ଆଲୋଚକମାନେ ମତପ୍ରକାଶ କରିଥିଲେ। ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଶିକ୍ଷାନବିଶ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ତିରିଶ ଜଣ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଉଦଘାଟନ ସମାରୋହରେ ମାତୃଭାଷାର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଧ୍ୟାପିକା ମୋନାଲିସା ଦଳବେହେରା, ଅଧ୍ୟାପିକା ରଶ୍ମିତା ଭୂଜବଳ ଓ ଅଧ୍ୟାପକ ବନମାଳୀ ବେହେରା ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ। ସାହିତ୍ୟିକ ସୁଶାନ୍ତ ସାହୁ , ମଣିମାଳା ପାଣିଗ୍ରାହୀ ଓ ମମତା ମଂଜରୀ ଦେବୀଙ୍କ ତତ୍ୱାବଧାନରେ ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ର-କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତଥାସ୍ତୁର ବରିଷ୍ଠ ସଦସ୍ୟ ସୁଦର୍ଶନ ସାହୁ ଏବଂ ଗୋପୀନାଥ ସେଠୀ ଆସନ୍ତା ୩ ଦିନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଶେଷରେ ତଥାସ୍ତୁର ନିର୍ଦ୍ଦେଶିକା ସସ୍ମିତା ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply