Home / ମୁଖ୍ୟ ଖବର / ପୁରୀରେ ୧୯ତମ କିରୋଗୀ ଓ ୧୧ତମ ପୁଂସି ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଆରମ୍ଭ।

ପୁରୀରେ ୧୯ତମ କିରୋଗୀ ଓ ୧୧ତମ ପୁଂସି ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଆରମ୍ଭ।

ପୁରୀ:୨୮/୪/୨୬ – ପୁରୀ ମହାନଗର ନିଗମ ଅଧୀନରେ ମୋଚି ସାହି ସ୍ଥିତ କଲ୍ୟାଣ ମଣ୍ଡପରେ ଚଳିତ ମାସ ଏପ୍ରିଲ ୨୫ ଓ ୨୬ ତାରିଖରେ ୧୯ତମ କିରୋଗୀ ଓ ୧୧ତମ ପୁଂସି ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହେଉଛି। ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ଓ ଦି ସ୍କୁଲ ଅଫ ଟାଏକୋଣ୍ଡୋର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୫୨ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି।

୧୦ଟି ଟ୍ରେନିଂ ସେଣ୍ଟରରୁ ଆସିଥିବା ବାଳକ ଓ ବାଳିକାମାନେ କିରୋଗୀ ଓ ପୁଂସି ଇଭେଣ୍ଟରେ ନିଜ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ପ୍ରତିଯୋଗିତାରେ ଆଧୁନିକ ଇଲେକ୍ଟ୍ରୋନିକ ସେନସର ମାଧ୍ୟମରେ ସ୍କୋରିଂ ବ୍ୟବସ୍ଥା କରାଯାଇଛି।

ଓଡିଶା ଟାଏକୋଣ୍ଡୋ ସଂଘ ପକ୍ଷରୁ ୧୮ ଜଣ ଜାତୀୟ ରେଫରୀ ପ୍ରତିଯୋଗିତାକୁ ପରିଚାଳନା କରୁଥିବାବେଳେ, ମୌଳିନ୍ଦୁ କୁମାର ମହାନ୍ତ ଓ ଏମ୍.ଡି. ରାମଜାନ ମୁଖ୍ୟ ଟେକନିକାଲ ଅଫିସିଆଲ ଭାବେ ଦାୟିତ୍ୱ ନିଭାଉଛନ୍ତି।

ଉଦ୍ଘାଟନୀ ଅବସରରେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ ଙ୍କ ସହ ରବି ଶଙ୍କର ପ୍ରତିହାରୀ,ବ୍ୟୋମକେଶ ଅଭିଳାଷ ପ୍ରସାଦ,ସୁଦର୍ଶନ ସାହୁ ଏବଂ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଶେଷ ଦିନ ଅର୍ଥାତ ୨୬ ତାରିଖରେ ଟାଉନ ଥାନା ଇନ୍ସପେକ୍ଟର ଗୋକୁଳ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply