Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପୋଲିସ ୨୦୨୦ ମସିହାରୁ ଫରାର ଥିବା ଜଣେ ପୋକ୍ସୋ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରି ମାନ୍ୟବର ସ୍ୱତନ୍ତ୍ର ଜଜ୍ (ପୋକ୍ସୋ), ପୁରୀଙ୍କ କୋର୍ଟରେ ଚାଲାଣ କରିଛି ।

ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପୋଲିସ ୨୦୨୦ ମସିହାରୁ ଫରାର ଥିବା ଜଣେ ପୋକ୍ସୋ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରି ମାନ୍ୟବର ସ୍ୱତନ୍ତ୍ର ଜଜ୍ (ପୋକ୍ସୋ), ପୁରୀଙ୍କ କୋର୍ଟରେ ଚାଲାଣ କରିଛି ।

ସତ୍ୟବାଦୀ : ୧୩/୫/୨୦୨୬ – ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପୋଲିସ ୨୦୨୦ ମସିହାରୁ ଫରାର ଥିବା ଜଣେ ପୋକ୍ସୋ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରି ମାନ୍ୟବର ସ୍ୱତନ୍ତ୍ର ଜଜ୍ (ପୋକ୍ସୋ), ପୁରୀଙ୍କ କୋର୍ଟରେ ଚାଲାଣ କରିଛି ।

ଗିରଫ ଅଭିଯୁକ୍ତ ହେଲେ ସତ୍ୟବାଦୀ ଥାନା ଅଧୀନ ବନବର୍ଦ୍ଦା ଗ୍ରାମର ପ୍ରକାଶ ମହାରଣା (୩୪), ପିତା- ଧାଡୁ ମହାରଣା । ସତ୍ୟବାଦୀ ଥାନା କେସ୍ ନଂ–୧୪୦, ତାରିଖ ୩୦.୦୪.୨୦୨୦ ରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୧୪, ୩୩୪, ୩୫୪(ଏ), ୩୫୪(ଡି), ୫୦୬ ସହ ପୋକ୍ସୋ ଆକ୍ଟର ଧାରା ୮ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହି ମାମଲା Spl. GR No. 36/2020 ଭାବେ ବିଚାରାଧୀନ ରହିଛି ।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଘଟଣା ପରଠାରୁ ଫରାର ରହି ଆସୁଥିଲେ । ତାଙ୍କ ବିରୋଧରେ ମାନ୍ୟବର କୋର୍ଟ ଦ୍ୱାରା ଗିରଫ ପରୱାନା ଜାରି କରାଯାଇଥିଲା । ଉକ୍ତ ପରୱାନା ବଳରେ ସତ୍ୟବାଦୀ ପୋଲିସ ତାଙ୍କୁ ଗିରଫ କରିଛି ।

ଗିରଫ ସମୟରେ ଅଭିଯୁକ୍ତଙ୍କୁ ଗିରଫଦାରୀର କାରଣ ଓ ସାମ୍ବିଧାନିକ ଅଧିକାର ବିଷୟରେ ସୂଚିତ କରାଯାଇଥିବାବେଳେ ବୈଧାନିକ ପ୍ରକ୍ରିୟା ଅନୁଯାୟୀ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply