Home / ମୁଖ୍ୟ ଖବର / ପୁରୀର ଛାତ୍ରୀଛାତ୍ରମାନଙ୍କର ସଫଳତାକୁ ନେଇ ବିଦ୍ୟାଳୟ ପକ୍ଷରୁ ଖୁସି ବ୍ୟକ୍ତ

ପୁରୀର ଛାତ୍ରୀଛାତ୍ରମାନଙ୍କର ସଫଳତାକୁ ନେଇ ବିଦ୍ୟାଳୟ ପକ୍ଷରୁ ଖୁସି ବ୍ୟକ୍ତ

ପୁରୀ: ୨0/୫/୨୦୨୬ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିସ୍ଫୁଳିତ +୨ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ପରୀକ୍ଷାରେ ସରସ୍ବତୀ ଜ୍ଞାନ ମନ୍ଦିର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଘୋଡ଼ବଜାର ପୁରୀର ଛାତ୍ରୀଛାତ୍ରମାନଙ୍କର ସଫଳତାକୁ ନେଇ ବିଦ୍ୟାଳୟ ପକ୍ଷରୁ ଖୁସି ବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ୪୩ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୨ ଜଣ ପ୍ରଥମ ଶ୍ରେଣୀ ଓ ୧୦ ଜଣ ୨ୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ଛାତ୍ରୀ ପ୍ରତିଭା ରାଣୀ ଝୁଟିଆ ସର୍ବାଧ‌ିକ ୫୮୦ ନଂ (୯୬.୬୬%) ରଖି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି । ଛାତ୍ରୀ ପ୍ରିତି ପତୀକ୍ଷା ସ୍ବାଇଁ ୫୬୬ ନଂ (୯୪.୩୩%) ରଖି ବିଦ୍ୟାଳୟର ୨ୟ ସର୍ବାଧ‌ିକ ନଂ ପାଇ ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ଉପସ୍ଥିତ ବିଦ୍ୟାଳୟର ପରିପ୍ପଳନା ସମିତିର ସମସ୍ତ ସଦସ୍ୟ ଛାତ୍ରୀଛାତ୍ରମାନଙ୍କ ଦ୍ବାରା ଅର୍ଜିତ ଗୌରବର ଭୂୟସି ପ୍ରଶଂସା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply