ପୁରୀ: ୨୦/୫/୨୦୨୬ ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଲାଇଟ୍ହାଉସ୍ ନିକଟରେ ଅଟୋ ଚାଳକମାନଙ୍କ ମଧ୍ୟରେ ଭଡ଼ାକୁ ନେଇ କଥାକାଟାକାଟି ହୋଇଥିଲା। ପରେ ଏହା ଝଗଡ଼ାର ରୂପ ନେଇଥିଲା, ଯାହାରେ ତିନି ଜଣ ଆହତ ହୋଇଥିଲେ। ଖବର ପାଇ ବଳିଆପଣ୍ଡା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଆହତ ଅଟୋ ଚାଳକମାନଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି। ଘଟଣାରେ ସଂପୃକ୍ତ ଦୁଇଜଣ ଅଟୋ ଚାଳକଙ୍କୁ ଅଟକ ରହିଛନ୍ତି । ସେହିପରି ଘଟଣାସ୍ଥଳରୁ ଦୁଇଟି ବାଇକ୍ ଜବତ କରାଯାଇଛି।












