Home / ମୁଖ୍ୟ ଖବର / ପୁରୀ ବାଲିଆପଣ୍ଡା ଅଞ୍ଚଳରୁ ସହଯୋଗୀଙ୍କ ସହ ଗିରଫ ହେଲେ ଟିଏମସି ବିଧାୟକ ଦିଲୀପ ମଣ୍ଡଳ

ପୁରୀ ବାଲିଆପଣ୍ଡା ଅଞ୍ଚଳରୁ ସହଯୋଗୀଙ୍କ ସହ ଗିରଫ ହେଲେ ଟିଏମସି ବିଧାୟକ ଦିଲୀପ ମଣ୍ଡଳ

ପୁରୀ :୨୭/୫/୨୦୨୬ – ପଶ୍ଚିମବଙ୍ଗର ପୂର୍ବତନ ପରିବହନ ରାଷ୍ଟ୍ରମନ୍ତ୍ରୀ ଏବଂ ବର୍ତ୍ତମାନର ତୃଣମୂଳ କଂଗ୍ରେସ (ଟିଏମସି) ଦକ୍ଷିଣ ୨୪ ପରଗଣାର ବିଷ୍ଣୁପୁର ଅଞ୍ଚଳର ବିଧାୟକ ଦିଲୀପ ମଣ୍ଡଳଙ୍କୁ ତାଙ୍କ ସହଯୋଗୀଙ୍କ ସହ ପଶ୍ଚିମବଙ୍ଗ ଏସଟିଏଫ ପୁରୀ ବାଲିଆପଣ୍ଡା ପୋଲିସର ସହଯୋଗରେ ଗିରଫ କରିଛି। ସମୁଦ୍ରତଟ ନିକଟସ୍ଥ ବ୍ଲୁ ଲିଲି ହୋଟେଲର କକ୍ଷ ନମ୍ବର ୨୧୩୨ରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ହୋଟେଲର ଜେନେରାଲ ମ୍ୟାନେଜର ଦିଲୀପ ମିଶ୍ରଙ୍କ କହିବା ଅନୁସାରେ, ଗତକାଲି ରାତି ୧୦ଟା ୦୫ ମିନିଟ ସମୟରେ ବିଧାୟକ ଦିଲୀପ ମଣ୍ଡଳ ହୋଟେଲରେ ରହିବାକୁ ଆସିଥିଲେ। ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟ ସମୟରେ ତାଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଅସ୍ତ୍ର ରଖିବା ଅଭିଯୋଗରେ ପୂର୍ବରୁ ପଶ୍ଚିମବଙ୍ଗ ପୋଲିସ ଦିଲୀପ ମଣ୍ଡଳଙ୍କ ପୁଅ ଅକ୍ଷୟ ମଣ୍ଡଳଙ୍କୁ ଗିରଫ କରିଥିଲା। ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ନନ୍ଦୀଗ୍ରାମରେ ଅଭଦ୍ର ମନ୍ତବ୍ୟ ଏବଂ ସୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଅଦାୟୀତ୍ୱପୂର୍ଣ୍ଣ ଭାଷଣ ଦେଇ ଦିଲୀପ ମଣ୍ଡଳ ଚର୍ଚ୍ଚାରେ ରହିଥିଲେ। ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଥିଲା।

ଏହାର ଆଧାରରେ ଫେରାର ଥିବା ବିଧାୟକ ଦିଲୀପ ମଣ୍ଡଳଙ୍କୁ ପୁରୀରୁ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗିରଫ କରି ଅଜଣା ସ୍ଥାନକୁ ନେଇଯାଇଛି।

ଗିରଫ ସମୟରେ ପ୍ରଚାରମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲୀପ ମଣ୍ଡଳ କହିଛନ୍ତି, “ମୁଁ ନିର୍ଦୋଷ। ଭାଜପା ସରକାର ଏବଂ ସୁଭେନ୍ଦୁ ଅଧିକାରୀଙ୍କ ପକ୍ଷରୁ ମୋତେ ଫସାଯାଉଛି। ମୁଁ ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାରରେ ସହଯୋଗ କରୁଥିଲି। ସେଥିପାଇଁ ମୋତେ ବେଆଇନ ଭାବେ ଗିରଫ କରାଯାଉଛି।”

SPREAD YOUR LOVE WITH YOUR FRIENDS AND FAMILY

Leave a Reply