Home / ମୁଖ୍ୟ ଖବର / କଂଗ୍ରେସ ପକ୍ଷରୁ ଟାଟାପାୱାର ଡିଭିଜନ ଆଗରେ ବିକ୍ଷୋଭ ସହ ଅଣ୍ଡା ଟମାଟୋ ମାଡ଼ ।

କଂଗ୍ରେସ ପକ୍ଷରୁ ଟାଟାପାୱାର ଡିଭିଜନ ଆଗରେ ବିକ୍ଷୋଭ ସହ ଅଣ୍ଡା ଟମାଟୋ ମାଡ଼ ।

ନୟାଗଡ଼,ତା-୨୯.୫.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ରେ ଜିଲ୍ଲାବ୍ୟାପି ଟାଟାପାୱାର କମ୍ପାନୀର ଅଘୋଷିତ ବିଦ୍ୟୁତ କାଟ ଓ ଗ୍ରାହକ ଶୋଷଣ ନୀତି ବନ୍ଦ ଦାବୀରେ ଜିଲ୍ଲା କଂଗ୍ରେସ କମିଟି ଏବଂ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ନୟାଗଡ଼ ଟାଟାପାୱାର ମୁଖ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି l ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ କରି ଲୋକଙ୍କୁ କଲବଲ କରି ଟାଟାପାୱାର,ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରିସlରିଲାଣି ତେଣୁ ଉପୋଭୋକ୍ତାଙ୍କୁ ସର୍ବନିମ୍ନ, ନିରନ୍ତର ବିଦ୍ୟୁତ ସେବା ଯୋଗାଇବାରେ ବିଫଳତା ପାଇଁ ଟାଟାପାୱାର ଚୁକ୍ତି ସର୍ତ୍ତlବଳୀ ଖିଲାପ ହୋଇଥିବାରୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସହିତ କରିଥିବା ଚୁକ୍ତି ସର୍ତ୍ତବଳୀ

ଉଲ୍ଲଙ୍ଘନ କରି ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବିଦ୍ୟୁତ ଉପୋଭୋକ୍ତାଙ୍କୁ ଲାଇନ କାଟିକାଟି ଅଣାୟତ୍ତ କରିସାରିଲେଣି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ l ତେଣୁ ଟାଟାପାୱାର ଏଗ୍ରିମେଣ୍ଟ ବାତିଲ କରାଯାଉ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଦାବୀ କରିଛନ୍ତି l ଉପୋଭୋକ୍ତାଙ୍କ ଚାହିଦା ମୁତାବକ ପ୍ରତ୍ୟେକ ବିଦ୍ୟୁତ ଟ୍ରାନ୍ସଫର୍ମର କିଲୋୱାଟ କ୍ଷମତା ବୃଦ୍ଧି କରାଯାଉ l ପୁରୁଣା ଇଲେକ୍ଟ୍ରି ତାର ବଦଳାଯାଉ, ଠିକା କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରାନଯାଉ ଶୀର୍ଷକ ତିନିଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ନୟାଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି l ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ଡିସିସି ସଭାପତି ସତ୍ୟବ୍ରତ ନାୟକ, କମଳ ଚରଣ ସାହୁ, ଡିସିସି ଉପସଭାପତି ଲଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ, ବିନୋଦିନୀ ମହାନ୍ତି, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସୀମ ଖାଁ,ଓଡଗାଁ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ନୂଆଗାଁ ସଭାପତି ଅଶୋକ କୁମାର ନାୟକ, ଖଣ୍ଡପଡା ଏନଏସି ସଭାପତି ସନ୍ତୋଷ ସାହୁ, ଯୁବ କଂଗ୍ରେସ ନେତା ପ୍ରତୀକ ମହାପାତ୍ର, ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଓମ ପ୍ରକାଶ ପ୍ରଧାନ, ଅରବିନ୍ଦ ପାଢ଼ୀ, ଶାଶ୍ୱତ ପ୍ରଧାନ, ଓମ ପ୍ରକାଶ ବିଶ୍ୱାଳ, ନିଶିକାନ୍ତ ବେହେରା, ସରlଫତ ଖାଁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି ବିକ୍ଷୋଭ ସଭାରେ ଯୋଗ ଦେଇଥିଲେ l ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଦର ମହକୁମାରେ ଥିବା ଟିପିସିଓଡ଼ିଏଲ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ କରିବା କାର୍ଯ୍ୟକ୍ରମ ରହିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply