Home / ମୁଖ୍ୟ ଖବର / ଅଭୟ ସାରଙ୍କ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ।

ଅଭୟ ସାରଙ୍କ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ।

ନୟାଗଡ଼,ତା-୪.୬.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ ବ୍ଲକ ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ଦିବଙ୍ଗତ ଅଧ୍ୟାପକ ଅଭୟ କୁମାର ଲେଙ୍କାଙ୍କ ଅବର୍ତ୍ତମାନରେ ଏକ ଶ୍ରଦ୍ଧାଞ୍ଜଳି ସଭା ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସଲିଳା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ,ମହାବିଦ୍ୟାଳୟ ପରିଷଦର ପୂର୍ବତନ

ସଦସ୍ୟ ପ୍ରଦ୍ୟୁମ୍ନ କୁମାର ସାହୁ ଓ ଉମେଶ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ଅଭୟ ସାରଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର କାର୍ଯ୍ୟାବଳୀ, ଶିକ୍ଷାଦାନ, ସେବା ମନୋଭବର ଭୂୟସୀ ପ୍ରଂଶସା କରିଥିଲେ। ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଶରତ ଚନ୍ଦ୍ର ବାରିକ,ଗୁଣନିଧି ମହାପାତ୍ର ଓ ପ୍ରଭାତ ରଞ୍ଜନ ମିଶ୍ର ପ୍ରମୁଖ ଅଭୟ ସାରଙ୍କ ଛାତ୍ର ବତ୍ସଳତା ଓ ତ୍ୟାଗପୂତ ମନୋଭାବର ପ୍ରଶଂସା କରିବା ସହ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ପ୍ରଶାନ୍ତ କୁମାର ରଥ ,ସୁଶାନ୍ତ କୁମାର ପାତ୍ର,ପ୍ରଫୁଲ୍ଲ କୁମାର ମହାପାତ୍ର ,ପବିତ୍ର ବେହେରା, ଗଣେଶ ପରିଡ଼ା,ଅଧ୍ୟାପିକା ନିରୋଜ ନଳିନୀ ଦାସ,ଭାରତୀ ମିଶ୍ର,ରମାକାନ୍ତ ତ୍ରିପାଠୀ,ତରୁଣ କୁମାର ସେନାପତି, ପ୍ରଫୁଲ୍ଲ କୁମାର ସାଥୁଆ,ଚନ୍ଦ୍ରମଣି ନାୟକଙ୍କ ସହ ସମସ୍ତ କର୍ମଚାରୀ ଓ ପ୍ରାକ୍ତନ କର୍ମଚାରୀମାନେ ଯୋଗ ଦେଇ ସ୍ବର୍ଗୀୟ ଆତ୍ମାର ସ୍ମୃତି ଚାରଣ ସହ ସଦଗତି କାମନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply